ବିପଦଜନକ ଓଏଡିଂ ଫଟୋସୁଟ୍‌

ବିବାହର ଫଟୋସୁଟ୍‌ ସ୍ମରଣୀୟ କରିବା ପାଇଁ ସୁନ୍ଦର ଲୋକେସନ୍‌କୁ ଟାର୍ଗେଟ କରାଯାଏ । ତେବେ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ପରଫେକଫ ଫଟୋ ନିମନ୍ତେ କିଛି ବି କରିପାରନ୍ତି । ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛି, ଏପରି ଏକ ଡେଞ୍ଜରିୟସ୍‌ ଫଟୋସୁଟ୍‌ । ଫଟୋଗ୍ରାଫର ଏରିକ୍‌ ସିମନ୍‌ ସର୍ବଦା ଏପରି ଭିନ୍ନ ଧରଣର େୱଡିଂ ଫଟୋସୁଟ୍‌ କରିବାକୁ ଚାହୁଁଥିଲେ, ତେଣୁ ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛନ୍ତି ନତାଶା ସାମୁଏଲ୍‌ । ନତାଶା ନିଜର ବିବାହ ଫଟୋସୁଟ୍‌ କରିବା ପାଇଁ ମେଡ଼ିଟେରିୟନ୍‌ ସମୁଦ୍ର କୂଳକୁ ଚୟନ କରିଥିଲେ । ନତାଶା ନିଜର ବିବାହ ପୋଷାକରେ ଅଗ୍ନି ଲଗାଇ ଫଟୋସୁଟ୍‌ରାଇଥିଲେ । ଅଗ୍ନି ପ୍ରଖର ହେବାପରେ ନତାଶା ପାଣି ଭିତରକୁ ଦୌଡି ପଳାଇଥିଲେ । ଦେବେ କିଛି ସେକେଣ୍ଡ ପାଇଁ ଚାଲିଥିବା ଏହି ଫଟୋସୁଟ୍‌ଟି ଖୁବ୍‌ ସୁନ୍ଦର ହୋଇଥିଲା ।