ସ୍ପଣ୍ଡିଲିଡିଜ୍ ଏମିତି ଗୋଟଏ ଯନ୍ତ୍ରଣା ଦାୟକ ରୋଗ ଯାହା ସିଧା ଆମ ମେରୁଦଣ୍ଡକୁ କ୍ଷତି ପହଞ୍ଚାଏ । ସାଧାରଣଭାବେ କହିବାକୁ ଗଲେ ଏ ରୋଗ ବୟସ୍କ ଲୋକମାନଙ୍କୁ ବେଶି ହୁଏ କିନ୍ତୁ ବର୍ତ୍ତମାନ ଏ ରୋଗ କୌଣସି ପ୍ରକାର ବୟସ ସୀମା ମାନୁ ନାହିଁ ଯାହା ଫଳରେ ଯୁବପିଢ଼ି ମଧ୍ୟ ଏ ରୋଗର ଶିକାର ହେଉଛନ୍ତି । ସ୍ପଣ୍ଡିଲିଟିଜ୍ ହେବାର ମୁଖ୍ୟ କାରଣ ହେଉଛି ବେଢ଼ଙ୍ଗ ଅଙ୍ଗଭଙ୍ଗିରେ ଘଣ୍ଟା ଘଣ୍ଟା ଧରି କାମ କରିବା ।
ଏ ରୋଗର ଲକ୍ଷଣ ଗୁଡିକ ହେଉଛି ଅଣ୍ଠା ବିନ୍ଧା, ବେକ ଓ କନ୍ଧରେ ଯନ୍ତ୍ରଣା, କ୍ରୋନିକ୍ ଇନ୍ପ୍ଲାମେସନ୍, ଶରୀର ଓଜନ ବୃଦ୍ଧି ଆଦି ଅନେକ । ଏହା ବ୍ୟତୀତ ଏ ରୋଗ ବଂଶାନୁଗତ ମଧ୍ୟ ହୋଇଥାଏ । ଯଦି ଘରେ ବସି ଆପଣ ଏହି ଯନ୍ତ୍ରଣାଦାୟକ ରୋଗରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଚାଲନ୍ତୁ ଜାଣିବା କି ପ୍ରକାର ଉପାୟ ଅବଲମ୍ବନ କଲେ ଆମକୁ ସ୍ପଣ୍ଡିଲିଟିଜ୍ରୁ ରକ୍ଷା ମିଳିପାରିବ ।
ଯୋଗ: ଯୋଗ ହେଉଛି ସ୍ପଣ୍ଡିଲିଟି ପାଇଁ ଉପଯୁକ୍ତ ଉପାୟ । ଏହି ରୋଗକୁ ନିୟନ୍ତ୍ରରେ ରଖିବା ପାଇଁ ନିୟମିତ ଯୋଗ କରିବା ଏକାନ୍ତ ଦରକାର । ସ୍ପଣ୍ଡିଲିଟି ପାଇଁ ବିଶେଷ ପ୍ରକାରର ଯୋଗ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କୁ ଏ ରୋଗରୁ ମୁତି ମିଳିପାରିବ । ତେବେ ସେ ଆସନ କୁ ଡିକ ହେଲା: ଶଲାଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧର୍ନୁଆସନ ଇତ୍ୟାଦି । ଏହି ଆସନ କରିବା ଦ୍ୱାରା ମେରୁଦଣ୍ଡର ମାଂସପେଶୀରେ ପ୍ରଭାବ ପକାଏ ଓ ଶରୀରକୁ ସ୍ପଣ୍ଡିଲିଟିଜ୍ରୁ ରକ୍ଷା କରେ ।
ଉତ୍ତମ ଅଙ୍ଗଭଙ୍ଗି: ପ୍ରତ୍ୟେକ କାମ କରିବା ବେଳେ ଆପଣମାନେ ଶରୀରର ଅଙ୍ଗଭଙ୍ଗି ଉପରେ ଧ୍ୟାନ ଦେବା ନିହାତି ଦରକାର । ଶୋଇବା ସମୟରେ ମଧ୍ୟ ଆପଣ ଅଙ୍ଗଭଙ୍ଗିରେ ଧ୍ୟାନ ଦେବେ । ଏହା କରିବା ଦ୍ୱାରା ମେରୁଦଣ୍ଡରେ କୌଣସି ପ୍ରକାର ଖରାପ ପ୍ରଭାବ ପଡ଼ିବ ନାହିଁ ।
ଥଣ୍ଡା ଓ ଗରମ ଶେକ: ମଝିରେ ମଝିରେ ଯନ୍ତ୍ରଣା ହେଉଥିବା ଯଗାରେ ଥଣ୍ଡା ଓ ଗରମ ଶେକ ଦେବା ଦ୍ୱାରା ଯନ୍ତ୍ରଣାରୁ ଲାଘବ ମିଳେ । ଶେକ ପାଇଁ ଆପଣ ଆଇସ୍ ବ୍ୟାଗ୍, ହିଟିଂ ପ୍ୟାଡ୍ ବ୍ୟବହାର କରିପରିବେ ।
ମସାଜ୍: ମସାଜ୍ ଥେରାପି ଆପଣଙ୍କୁ ଅନେକମାତ୍ରାରେ ସାହାଯ୍ୟ କରିବ କାରଣ ପେନ୍ ହେଉଥିବା ଯାଗାରେ ଖାଲି କିନ୍ତୁ ଉଷୁମ୍ ଶୋରିଷ ତେଲର ମସାଜ୍ କରିବା ଦ୍ୱାରା ପେନ୍ରୁ ରିଲିଫ୍ ମିଳେ ।
ବେକ ପାଇଁ ବ୍ୟାୟାମ: ସାଧାରଣତଃ ସ୍ପଣ୍ଡିଲିଟିଜ୍ରେ ବେକ ଅଧିକମାତ୍ରାରେ ଯନ୍ତ୍ରଣା ହୁଏ । ବେକ ଯନ୍ତ୍ରଣାରୁ ମୁକ୍ତି ପଇଁ ଅପଣଙ୍କୁ କିଛି ବ୍ୟାୟାମ କରିବାକୁ ପଡ଼ିବ । ବେକକୁ ଘଣ୍ଟା କଣ୍ଟା ଅନୁସାରେ କିଛି ସମୟ ଓ ତେ’ ବିପରୀତ ଦିଗରେ କିଛି ମସୟ ବୁଲାଇଲେ ଆପଣ ଏ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ ।
Prev Post
Next Post