ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ସିଏଫଓ ହେଲେ ଭାରତର ଅଂଶୁଲା କାନ୍ତ

ନୂଆଦିଲ୍ଲୀ,୧୩/୭: ଭାରତୀୟ ଷ୍ଟେଟ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଂଶୁଲା କାନ୍ତ ବିଶ୍ୱ ବ୍ୟାଙ୍କର ଏମଡି ଏବଂ ସିଏଫଓ ନିଯୁକ୍ତ । ଶୁକ୍ରବାର ଦିନ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ମୋଲପାସ୍‌ ଏହି ସୂଚନା ଦେଇଛନ୍ତି । ଏହି ପଦ ହାସଲ କରିବାରେ ଅଂଶୁଲା ହେଉଛନ୍ତି ପ୍ରଥମ ମହିଳା ।

ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମୋଲପାସ୍‌ ଟ୍ୱିଟ କରି କହିଛନ୍ତି, ଅଂଶୁଲାଙ୍କ ପାଖରେ ଅର୍ଥନୀତି, ବ୍ୟାଙ୍କିଙ୍ଗ ଉପରେ ଦୀର୍ଘ 35 ବର୍ଷରେ ଅଭିଜ୍ଞତା ରହିଛି । ଏହାସହ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସିଏଫଓ ଭାବେ କାର୍ଯ୍ୟ କରିବା ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାରକୁ ଅଧିକ ପ୍ରତ୍ସୋହନା ଦେଇଥିଲେ ।

କ୍ଷତିଭୟ, ଧନାଗାର, କୋଷ ଏବଂ ପରିଚାଳଣା ସହିତ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଗ୍ରହଣ କରିବାରେ ସେ ସମର୍ଥ । ମୁଁ ମୋର ପରିଚାଳନା ଟିମରେ ଅଂଶୁଳାଙ୍କୁ ସ୍ୱାଗତ କରିବାତୁ ଚାହିଁ ବସିଛି ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ କହିଛନ୍ତି । ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ଆର୍ଥିତ ଅଧିକାରୀ ଭାବେ କାନ୍ତ ବିଶ୍ୱବ୍ୟାଙ୍କର ଆର୍ଥିକ ଏବଂ କ୍ଷତି ପରିଚାଳନା ପାଇଁ ଦାୟୀ ରହିବେ, ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷଙ୍କ ଆଗରେ ସେ ଉତ୍ତରଦାୟୀ ହେବ ।

ଏସବିଆଇର ସିଏଫଓ ଭାବେ କାନ୍ତ 38 ବିଲିୟନ ଡଲାର ରାଜସ୍ୱ ଏବଂ 500 ବିଲିୟନର ଡଲାର ସମୁଦାୟ ସମ୍ପତ୍ତିର ପରିଚାଳଣା କରିଥିଲେ । ସଂସ୍ଥାରେ କାମ କରିବା ସମୟରେ ପୁଞ୍ଜୀ ନିବେଶ କ୍ଷେତ୍ରରେ ଅନେକ ସୁଧାର କରିଥିଲେ । ଏସବିଆଇରେ ଦୀର୍ଘକାଳୀନ ସ୍ଥିରତା ବଜୟା ରଖିବା ପାଇଁ ସେ ଅଧିକ ଧ୍ୟାନ ଦେଇଥିଲେ । 2018 ସେପ୍ଟେମ୍ୱର ମାସ ଠାରୁ ଅଂଶୁଲା ଏସବିଆର ପରିଚାଳଣା ନିର୍ଦ୍ଦେଶକ ଏବଂ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଅଂଶୁଲା ଶ୍ରୀରାମ କଲେଜ ଅଫ ୱୋମେନରୁ ଅର୍ଥଶାସ୍ତରେ ଡିଗ୍ରୀ ହାସଲ କରିଥିବା ବେଳେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକରୁ ପୋଷ୍ଟ-ଗ୍ରାଜୁଏଟ ହାସଲ କରିଛନ୍ତି ।