ବିଶ୍ୱ ରେକର୍ଡ଼ ଲକ୍ଷ୍ୟରେ ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲଜ୍‌ : ସୁଦର୍ଶନ ପଟ୍ଟନାୟକ

ପୁରୀ,୨୫/୧୨ :‌ ଖ୍ରୀଷ୍ଟମାସରେ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ଲାଷ୍ଟିକର ବିଷ ବଳୟରେ ଛନ୍ଦି ହୋଇ ପଡ଼ିଥିବା ବିଶ୍ୱବାସୀଙ୍କୁ ସଚେତନତାର ବାର୍ତା ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ସାନ୍ତାକ୍ଲଜ୍‌ର ବିରାଟକାୟ ବାଲୁକା କଳା ତିଆରି କରିଛନ୍ତି। ପ୍ଲାଷ୍ଟିକ ମୁକ୍ତ ବିଶ୍ୱଗଠନ ଲକ୍ଷ୍ୟରେ ତିଆରି ଏହି ବାଲୁକା କଳାରେ ଶ୍ରୀ ପଟ୍ଟନାୟକ ୮୦୦ ଟନ୍ ବାଲି ସହ ୧୦ ହଜାର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରିଛନ୍ତି। ଏହି ବାଲୁକା କଳାର ଓସାର ୧୦୦ ଫୁଟ ଥିବା ବେଳେ ଉଚ୍ଚତା ୩୦ ଫୁଟ ରହିଛି। ଏହା ସହ ଶ୍ରୀ ପଟ୍ଟନାୟକ ବାଲିରେ ଦୁଇଟି ଖ୍ରୀଷ୍ଟମାସ ଟ୍ରି ବି କରିଛନ୍ତି। ଏହି ବାଲୁକା କଳା ପାଇଁ ଦୁଇଦିନ ସମୟ ଲାଗିଥିବାବେଳେ ପୁରୀ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟର ୪୦ ଜଣ ଏଥିରେ ସହଯୋଗ କରିଛନ୍ତି। ଯେଉଁ ସବୁ ପ୍ଲାଷ୍ଟିକ ବୋତଲ ଏହି ବାଲୁକାକଳାରେ ବ୍ୟବହାର କରାଯାଇଛି ସେସବୁ ପରବର୍ତୀ ସମୟରେ ରିସାଇକ୍ଲିଂ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ବାଲୁକାକଳା ଏକ ବିଶ୍ୱ ରେକର୍ଡ କଳା ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଆଜି ବହୁ ପର୍ଯ୍ୟଟକ, ଭକ୍ତ ଏହି ବାଲୁକା କଳାକୁ ବୁଲି ଦେଖିଛନ୍ତି। ଜାନୁଆରି ୧ ପର୍ଯ୍ୟନ୍ତ ଏହି ବାଲୁକା କଳା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ବାସୀଙ୍କୁ ସଚେତନତାର ବାର୍ତା ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ସାନ୍ତାକ୍ଲଜ୍‌ର ବିରାଟକାୟ ବାଲୁକା କଳା ତିଆରି କରିଛନ୍ତି। ପ୍ଲାଷ୍ଟିକ ମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟରେ ତିଆରି ଏହି ବାଲୁକା କଳାରେ ଶ୍ରୀ ପଟ୍ଟନାୟକ ୮୦୦ ଟନ୍ ବାଲି ସହ ୧୦ ହଜାର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରିଛନ୍ତି। ଏହି ବାଲୁକା କଳାର ଓସାର ୧୦୦ ଫୁଟ ଥିବା ବେଳେ ଉଚ୍ଚତା ୩୦ ଫୁଟ ରହିଛି। ଏହା ସହ ଶ୍ରୀ ପଟ୍ଟନାୟକ ବାଲିରେ ଦୁଇଟି ଖ୍ରୀଷ୍ଟମାସ ଟ୍ରି ବି କରିଛନ୍ତି। ଏହି ବାଲୁକା କଳା ପାଇଁ ଦୁଇଦିନ ସମୟ ଲାଗିଥିବାବେଳେ ପୁରୀ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟର ୪୦ ଜଣ ଏଥିରେ ସହଯୋଗ କରିଛନ୍ତି। ଯେଉଁ ସବୁ ପ୍ଲାଷ୍ଟିକ ବୋତଲ ଏହି ବାଲୁକାକଳାରେ ବ୍ୟବହାର କରାଯାଇଛି ସେସବୁ ପରବର୍ତୀ ସମୟରେ ରିସାଇକ୍ଲିଂ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ବାଲୁକାକଳା ଏକ ବିଶ୍ୱ ରେକର୍ଡ କଲା ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଆଜି ବହୁ ପର୍ଯ୍ୟଟକ, ଭକ୍ତ ଏହି ବାଲୁକା କଳାକୁ ବୁଲି ଦେଖିଛନ୍ତି। ଜାନୁଆରି ୧ ପର୍ଯ୍ୟନ୍ତ ଏହି ବାଲୁକା କଳା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।