ଭାରତରେ କରୋନାସ୍ଥିତି ସାଙ୍ଘାତିକ : ୫୦ ହଜାର ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୬୯୪

ନୂଆଦିଲ୍ଲୀ,୬/୫:ସାରା ବିଶ୍ବରେ ବଢ଼ିବାରେ ଲାଗିଛି ମହାମାରୀ କରୋନା ପ୍ରଭାବ। ଭାରତରେ ମଧ୍ୟ ସ୍ଥିତି ଜଟିଳ ହେଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ ୫୦ହଜାର ନିକଟତର କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୧୭୦୦ ନିକଟତର ହୋଇଛି ମୃତ୍ୟୁ ସଂଖ୍ୟା ।

ଭାରତରେ କରୋନାସ୍ଥିତି ସାଙ୍ଘାତିକ।ଗତ ୨୪ ଘଣ୍ଟାରେ ଦେଶରେ ୨୯୫୮ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ ୧୨୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୯ ହଜାର ୩୯୧ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୧୬୯୪ ଜଣଙ୍କ ମୃତ୍ୟୁ ଘଟିଛି ।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୪,୧୮୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୩,୩୧୪ ସକ୍ରିୟ ଅଛନ୍ତି।ଏବେ ୩୩ ହଜାର ୩୧୪ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମହରାଷ୍ଟ୍ରରେ ସ୍ଥିତି ଅନାୟତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ୧୫ହଜାର ୫୨୫ ଆକ୍ରାନ୍ତ ଥିବା ବେଳେ ୬୧୭ ମୃତ୍ୟୁ । ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର। ଗୁଜରାଟରେ ୬ ହଜାର ୨୪୫ ଓ ଦିଲ୍ଲୀରେ ୫ ହଜାର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରେ ୩୬୮ ଏବଂ ଦିଲ୍ଲୀରେ ୬୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୭୭ ପଜିଟିଭ ଥିବା ବେଳେ ସେଥିରୁ ୧୧୫ ଜଣ ସକ୍ରିୟ ଥିବା ଜଣାପଡିଛି । ୬୦ ଜଣ ସୁସ୍ଥ ହୋଇଛନ୍ତି । ୨ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା । ପୁଣି ଏହାକୁ ମେ ୩ଯାଏଁ ବୃଦ୍ଧି କରାଯାଇଥିଲା । ତେବେ ଦେଶରେ ସ୍ଥିତି ବିଗୁଡୁଥିବାରୁ ମେ ୧୭ ଯାଏଁ ଲକ୍ ଡାଉନ୍ କରାଯାଇଛି ।