ଖାଦ୍ୟ ପ୍ରସ୍ତୁତି ସମୟରେ ମସଲା ବ୍ୟବହାର କରାଯାଇଥାଏ ଛ ମସଲା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣ ଜାଣିଛନ୍ତି କି ଏହା ତ୍ୱଚାର ସୁନ୍ଦରତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି ? କେତେକ ମସଲା ରହିଛି ଯାହା ଖାଦ୍ୟରେ ମିଶାଇ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଏହା ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ମସଲା ଗୁଡିକରେ ବହୁ ମାତ୍ରାରେ ପୋଷକ ତତ୍ୱ ଉପସ୍ଥିତ ରହିଥାଏ ଯାହା ତ୍ୱଚାକୁ ପୋଷଣ ପ୍ରଦାନ କରିଥାଏ ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ।
– ଡାଲଚିନି : ଦାଲଚିନିରେ ଆଣ୍ଟି-ବ୍ୟାକେଫରିଆଲ ଗୁଣ ରହିଥାଏ, ଯାହା ଶରୀରର ରକ୍ତ ସଂଚାଳନକୁ ବଢାଇଥାଏ । ବ୍ରଣକୁ ଦୂର କରିବା ପାଇଁ ଏହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଦାଲଚିନି ତ୍ୱାଚାକୁ ପୁନର୍ଜିବିତ କରିଥାଏ ଏବଂ ବୟସ ବଢିବାର ଲକ୍ଷଣକୁ ମଧ୍ୟ କମ କରିଥାଏ ।
– ହଳଦି : ହଳଦିରେ ଆଣ୍ଟି-ଏଜିଙ୍ଗ, ଆଣ୍ଟିବାୟୋଟିକ ଏବଂ ଆଣ୍ଟିସେଫଫିକ ଗୁଣ ରହିଥାଏ ଯାହା ତ୍ୱଚାକୁ ସଂକ୍ରମଣରୁ ସୁରକ୍ଷା ଦେବା ସହ ତ୍ୱଚାରେ ଉପସ୍ଥିତ ବ୍ୟାକେଫରିଆ ଏବଂ ଫଙ୍ଗସରୁ ଲଢିବାରେ ସାହାଯ୍ୟ କରିଥାଏ । ଏଥିରେ ସ୍କିନ ଲାଇଟନିଙ୍ଗ ଗୁଣ ମଧ୍ୟ ରହିଥାଏ ।
– ଗୋଲ ମରିଚ : ଗୋଲ ମରିଚ ଏକ୍ସଫୋଲିଏଟର ଭାବରେ କାମ କରିଥାଏ ଯାହା ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ । ଏହା ବ୍ରଣରୁ ଉପୁଜୁଥିବା କଳା ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଗୋଲ ମରିଚ ଏବଂ ଦହିକୁ ମିଶାଇ ଲଗାଇବା ଦ୍ୱାରା ମୁହଁରେ ଉପୁଜୁଥିବା ବିଭନ୍ନ ପ୍ରକାର ଦାଗ ଦୂର ହୋଇଥାଏ ।
– ଅଦା : ଅଦା ତ୍ୱଚାର ରଙ୍ଗ ବଢାଇବା ସହ ତ୍ୱଚାକୁ ପୁନର୍ଜିବିତ କରିବାରେ ସାହାଯ୍ୟ କରିଥାଏ ଛ ଅଦାରେ ଉପସ୍ଥିତ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି-ବ୍ୟାକେଫରିଆଲ ଗୁଣ ତ୍ୱଚାକୁ ସୁସ୍ଥ ରଖିବା ସହ ପୋଷଣ ପ୍ରଦାନ କରିଥାଏ ।
Prev Post