ମୁମ୍ବାଇ, ୨୮/୧୧: ସର୍ବଦା ବଲï ଆଉ ରୋମାଣ୍ଟିକ ଫିଲ୍ମରେ ନଜର ଆସିଥିବା ବଲିଉଡ ସୁନ୍ଦରୀ ନର୍ଗିସ ଫାକରୀ ପ୍ରଥମ ଥର ପାଇଁ ନଜର ଆସିବେ ହରର ଫିଲ୍ମରେ । ରୋମାଣ୍ଟିକ ଏବଂ ସଙ୍ଗୀତ ଉପରେ ଆଧାରିତ ଫିଲ୍ମ ‘ରକଷ୍ଟାର’ ଜରିଆରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସେ ‘ଅମାବସ’ ନାମକ ଏକ ହରର ଫିଲ୍ମରେ ନଜର ଆସିବେ । ଯାହାର ଟିଜର ଆଜି ରିଲିଜ କରାଯାଇଛି ।
ତେବେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସଚିନ ଜୋସିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ନାମ ଅନୁସାରେ ଏହାର ଥିମ ଅମାବାସ୍ୟା ରାତି ଉପରେ ଆଧାରିତ ଥିବା ଜଣା ପଡିଛି । ଟିଜରଟି ଖୁବ୍ ଭୟାବହ ଥିବା ବେଳେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶଙ୍କା ରଖାଯାଇଛି ।
ଫିଲ୍ମଟିର ସୁଟିଂ ଲଣ୍ଡନରେ କରଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଭୂଷଣ ପଟ୍ଟେଲ । ଏହା ବ୍ୟତିତ ଏଥିରେ ବିବାନ ଭଟେନା, ନବନିତ କୌର ଢିଲୋନ, ମୋନା ସିଂହ ଏବଂ ଅଲି ଅଜଗର ମଧ୍ୟ ନଜର ଆସିବେ । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୧ ରେ ରିଲିଜ ହେବ । ଏହା ପୂର୍ବରୁ ଭୂଷଣ ‘୧୯୨୦: ଇଭିଲ ରିଟର୍ନସ’, ‘ରାଗିନି ଏମଏମଏସ-୨’ ଏବଂ ‘ଏଲୋନ’ ଭଳି ହରର ଫିଲ୍ମର ନିର୍ଦ୍ଦେଶକ ଭାବରେ କାମ କରି ସାରିଛନ୍ତି ।
Prev Post
Next Post