ନୂଆଦିଲ୍ଲୀ,୧୯/୯: ଚିଳିତ ବର୍ଷ ଶେଷରେ ମହାରାଷ୍ଟ୍ର, ହରିୟାଣା, ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯାହା ପାଇଁ ନିର୍ବାଚନ ଆୟୋଗ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିପାରନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ତିନି ରାଜ୍ୟରେ ଏକା ସାଙ୍ଗରେ ନିର୍ବାଚନ ହେବନି । ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ସମ୍ଭବତଃ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ପାରନ୍ତି ।
ମହାରାଷ୍ଟ୍ର ଏବଂ ହରିୟାଣାରେ ଏକା ସାଙ୍ଗରେ ବିଧାନସଭା ନିର୍ବାଚନ ହୋଇପାରେ ଯେତେବେଳେ କି ଝାଡଖଣ୍ଡ ବିଧାନସଭା ନିର୍ବାଚନ ଅଲାଗ ହେବ । ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇ ନାହିଁ ।
ମହାରାଷ୍ଟ୍ରରେ ଆସନ ବୁଝାମାଣକୁ ନେଇ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି । ରାଜ୍ୟରେ ବିଜେପି ଏବଂ ଶିବସେନା ମିଶି ନିର୍ବାଚନ ଲଢିବାକୁ ଯାଉଛନ୍ତି କିନ୍ତୁ ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଆସନ ବୁଝାମାଣ ଉପରେ ସହମତି ହୋଇ ପାରିନାହିଁ । ବୁଧବାର ଦିନ ମହାରାଷ୍ଟ୍ରର ମନ୍ତ୍ରୀ ଦିବାକର ରାଉତେ କହିଥିଲେ ଯେ ଯଦି ଶିବସେନାକୁ ୨୪୪ ରୁ ୧୪୪ ଆସନ ନମିଳେ ତେବେ ମେଣ୍ଟ ଭାଙ୍ଗିଯିବ । ଏହାପରେ ଆଜି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଥିଲେ ।
ରାଉତ କହିଥିଲେ ଯେ ଅମିତ ଶାହା ଏବଂ ସିଏମଙ୍କ ଆଗରେ ୫୦ -୫୦ ସିଟ ଆସନର ଫର୍ମୁଲା ବାହାର କରାଯାଇଥିଲା,ତାଙ୍କ ବୟାନ ଭୁଲ ନୁହେଁ । ନିର୍ବାଚନ ମିଶିକି ଲଢିବୁ, କାହିଁକି ଲଢିବୁନି ।
ଅନ୍ୟପଟେ ହରିୟାଣା ବିଧାନସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିବା ବିଭିନ୍ନ ରାଜନୈତିକ ଦଳରେ ନିର୍ବାଚନ ପୂର୍ବରୁ ଟିକେଟକୁ ନେଇ ବିରୋଧ ଆରମ୍ଭ ହୋଇଛି । ବିଜେପି, କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳ ପ୍ରତ୍ୟେକ ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଚାହୁଁଛନ୍ତି । ହରିୟାଣାର ୯୦ ବିଧାନସଭା ଆସନରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ ।