ମାଇଗ୍ରେନ୍‌ ଦେଇପାରେ ଅବସାଦ

ମାଇଗ୍ରେନ୍‌ ରୋଗୀଙ୍କ ପାଇଁ ଏବେ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି । ଅନ୍ୟ ଲୋକଙ୍କ ତୁଳନାରେ ମାଇଗ୍ରେନ୍‌ ରୋଗୀ ଅବସାଦରେ ଆକ୍ରାନ୍ତ ହେବା ଆଶଙ୍କା ଦୁଇଗୁଣ ଅଧିକ ରହୁଛି । ନିକଟରେ ଟରଣ୍ଟୋ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି କଥା ସାମ୍ନାକୁ ଆସିଛି । ଅବସାଦରେ ଆକ୍ରାନ୍ତ ହେଉଥିବା ପୁରୁଷଙ୍କ ସଂଖ୍ୟା ୩.୪% ଥିବାବେଳେ ମାଇଗ୍ରେନ୍‌ରେ ଆକ୍ରାନ୍ତ ୮.୪% ପୁରୁଷ ଅବସାଦର ଶିକାର ହୋଇଥାନ୍ତି । ସେହିଭଳି ୫.୭% ମହିଳା ଅବସାଦର ଶିକାର ହେଉଥିବାବେଳେ ମାଇଗ୍ରେନ୍‌ରେ ଆକ୍ରାନ୍ତ ୧୨.୪% ମହିଳା ଅବସାଦର ଶିକାର ହୋଇଥାନ୍ତି । ୩୦ ବର୍ଷରୁ କମ୍‌ ବୟସର ମହିଳା ମାଇଗ୍ରେନ୍‌ରେ ଆକ୍ରାନ୍ତ ହେଲେ ଅବସାଦର ଶିକାର ହେବା ଆଶଙ୍କା ଅଧିକ ରହୁଛି । କାନଡାର ୬୭,୦୦୦ ମାଇଗ୍ରେନ୍‌ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।