ନୂଆଦିଲ୍ଲୀ,୧୨/୫: ସାରା ଦେଶରେ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୨୧୩ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୯୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ, ସମଗ୍ର ଦେଶରେ କରୋନା-ପଜିଟିଭ ମାମଲା ୬୭,୧୫୨ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୪୪ ,୦୨୯ ସକ୍ରିୟ ମାମଲା ଥିବାବେଳେ, ୨୦,୯୧୭ ଜଣ ସୁସ୍ଥ ଅଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୨୨୦୬ ଜଣଙ୍କର ମୃତ୍ୟୁ ହୋଇଛି।
ସେହିଭଳି ଆଜି ଗ୍ରେଟର ମୁମ୍ବାଇରେ ଗୋଟିଏ ଦିନରେ ୭୯୧ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି, ଏହା ସହ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରେଟର ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା ମୋଟ ମାମଲା ୧୪୩୫୫ କୁ ବୃଦ୍ଧି ପାଇଛି, ଯେଉଁଥିରେ ୩୧୧୦ ଜଣ ଡିସଚାର୍ଜ ହୋଇଥିବା ବେଳେ ୫୨୮ ଜଣଙ୍କର ମୃତ୍ୟୁ ଘଟିଛି।
ସେହିଭଳି ଆଜି ମୁମ୍ବାଇର ଧରାବୀରେ ଗୋଟିଏ ଦିନରେ ୫୭ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ଏପର୍ଯ୍ୟନ୍ତ ୯୧୬ ଟି ପଜେଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୂଚନା ମିଳିଛି।