ପ୍ରସ୍ତୁତି ସାମଗ୍ରୀ- କଟା ପାଙ୍ଗଙ୍ଗ ୩ କପ୍, ତଟକା ମେଥିଶାଗ ୧ କପ୍, ପିଆଜ ୧ଟି, ଅଦା ଖଣ୍ଡେ, କଞ୍ଚାଲଙ୍କା ୨ଟି ବଟା, ଛେନା ୧୦୦ ଗ୍ରାମ୍, ଚିମୁଟାଏ ଖାଇବାସୋଢ଼ା, ତେଲ ୨ ଚାମଚ, ଲୁଣ ପରିମାଣ ଅନୁଯାୟୀ ।
ପ୍ରଣାଳୀ- ପାଳଙ୍ଗଶାଗ ଓ ମେଥିଶାଗକୁ ଭଲରେ ଧୋଇ ଚୁନାଚୁନା କରି କାଟିଦେବେ । ତା’ ଦେହରେ ଚିମୁଟାଏ ସୋଢ଼ା ଓ ପାଣି ଦେଇ ସିମ୍ରେ ସିଝେଇବେ । ସିଝିଗଲେ ଶାଗକୁ ବାଟିଦେବେ । କଡ଼େଇରେ ତେଲ ଦେଇ ପିଆଜ ଭାଜିଦେବେ । ତା’ ଦେହରେ ଲଙ୍କା, ଅଦା ଦେଇ ଭାଜିବେ । ତା’ପରେ ଶାଗକଟା, ଛେନା ଓ ଲୁଣ ଦେଇ ଓହ୍ଲାଇବେ ଓ ଗରମ ଗରମ ଖାଇବାକୁ ଦେବେ ।
