ଦାମି କଳାକାରଙ୍କ ସହ ନୁଶରତ

ବଲିଉଡ୍‌ର କୁ୍ୟଟ୍‌ ଓ ଚାର୍ମିଙ୍ଗ୍‌ ନାୟିକା ହେଉଛନ୍ତି ନୁଶରତ । କେହି କେହି ନୁଶରତଙ୍କୁ ଫିଲ୍ମ ‘ଲକୁ ଛୁପି’ର ଲିଡ୍‌ ଆକଫର କାର୍ତ୍ତିକଙ୍କ ଅନ୍‌ସ୍କ୍ରିନ୍‌ ଗର୍ଲଫ୍ରେଣ୍ଡ ବୋଲି ମଧ୍ୟ କୁହନ୍ତି । ତେବେ ନୁଶରତଙ୍କ ଉପରେ ଏବେ ମେହେରବାନ୍‌ ଅଛନ୍ତି ବଳିଉଡ୍‌ର ନାମିଦାମି କଳାକାର ତଥା ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ । ତେବେ ‘ସୋନୁ କେ ଟିଟୁ କୀ ସ୍ୱିଟି’ରେ ଅଭିନୟ କରିଥିବା ନୁଶରତ ଏବେ କାମ କରିବାକୁ ଯାଉଛନ୍ତି ସଲମାନଙ୍କ ବ୍ୟାନର୍‌ରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ। ବତ୍ତର୍ମାନ ଏହି ଫିଲ୍ମର କାଷ୍ଟିଂ ଜାରି ରହିଥିବାବେଳେ ଖୁବ୍‌ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ । ନୁଶରତ ଓ ଆୟୁଷ୍ମାନଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ର ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ ହିଁ ଫିଲ୍ମର ଡାଇଲଗ୍‌ ଲେଖିବେ । କୁହାଯାଉଛି ଫିଲ୍ମଟି ଏକ ସଫଫ-ଲଭ୍‌-ରୋମାନ୍ସକୁ ନେଇ ତିଆରି କରାଯିବ । ଯେଉଁଥିରେ ରହିବ େୱଡିଂ ଡ୍ରାମା । ଫିଲ୍ମର ଶୁଟିଂ ଦିଲ୍ଲୀରେ କରାଯିବ । ବଲିଉଡ୍‌ ନବାଗତାମାନଙ୍କ ଆଶା ଥାଏ ଯେ ସେମାନେ ସଲମାନ୍‌ଙ୍କ ସହିତ କାମ କରିବା ପାଇଁ। କିନ୍ତୁ କିଛି କଳାକାରଙ୍କ ଏ ଆଶା ପୂରଣ ହୋଇଥିବାବେଳେ କିଛିଙ୍କ ଆଶା ଆଶାେରେ ହିଁ ମରିଯାଏ । ଏହା ପୂର୍ବରୁ ଫିଲ୍ମ ‘ଭାରତ’ରେ ସଲମାନ୍‌ ଦିଶାଙ୍କୁ ନିଜ ସହ କାମ କରିବାର ମୌକା ଦେଇଛନ୍ତି । ଯେଉଁଥିରେ ଦିଶା ସଲମାନଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି । କେବଳ ଏତିକି ନୁହେଁ ଦିଶା କୁଆଡ଼େ ସଲମାନଙ୍କ ସହ ଫିଲ୍ମ ‘କିକ୍‌ ୨’ରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି ।