ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମଧ୍ୟ ଚା’ ବିକି ନାହାଁନ୍ତି। ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ପ୍ରବୀଣ ତୋଗଡ଼ିଆ । ସେ ମୋଦିଙ୍କୁ ଦୀର୍ଘ ୪୩ ବର୍ଷ ଧରି ଜାଣିଛନ୍ତି। କିନ୍ତୁ କେବେ ତାଙ୍କୁ ଚା’ ବିକିବାର ଦେଖି ନାହାଁନ୍ତି। ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଏଭଳି କରାଯାଇଥିବା ତୋଗଡ଼ିଆ କହିଛନ୍ତି। ମୋଦିଙ୍କ ସମ୍ପର୍କରେ ଅନେକ କଥା ଲୋକଙ୍କୁ ଅଜଣା ରହିଛି। ଏହାର ପର୍ଦ୍ଦାଫାଶ୍ ହେବାକୁ ବାକି ରହିଛି ବୋଲି ତୋଗଡ଼ିଆ କହିଛନ୍ତି।