ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ଓଡ଼ିଆଙ୍କ ପାଇଁ ସବୁଠୁ ମିଠା ଖବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୦/୭: ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡ଼ିଶାର ରସଗୋଲା ପ୍ରାଚୀନ ଓଡିଆ ସଂସ୍କୃତି ଏବଂ ଭୋଜନର ଏକ ଅଂଶବିଶେଷ। ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡିଶାର ରସଗୋଲା ପ୍ରାଚୀନ ଓଡ଼ିଆ ସଂସ୍କୃତି ଏବଂ ଭୋଜନର ଏକ ଅଶଂବିଶେଷ। ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ଓଡ଼ିଆଙ୍କ ପାଇଁ ଖୁସିର ଦିନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।