ରାଜ୍ୟରେ ଖୁବଶୀଘ୍ର “ମୋ କଲେଜ” ଯୋଜନା ଆରମ୍ଭ ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,୩୦/୭: ଉଚ୍ଚ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ଏକ୍ସନ ପ୍ଲାନକୁ ସୀକୃତି ପ୍ରଦାନ କରିଥିଲେ । ଏହା ମାଧ୍ୟମରେ ନୂଆ ନୂଆ ସୂତ୍ରପାତ ଆରମ୍ଭ କରି ମୋ ସ୍କୁଲ, ମୋ କଲେଜ ପରେ କ୍ୟାମ୍ପେନ ଆରମ୍ଭ କରିଥିଲେ । ତେବେ ଆଜି ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ରାଜ୍ୟରେ ଅତିଶୀଘ୍ର ମୋ କଲେଜ ଯୋଜନା ଆରମ୍ଭ ହେବ । ମୋ ସ୍କୁଲ ପରେ ମୋ କଲେଜ ଯୋଜନା ଆରମ୍ଭ କରାଯିବ ।

ମୁଖ୍ୟମନ୍ତ୍ରୀ 5T ଏକ୍ସନ ପ୍ଲାନ ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ ମାଧ୍ୟମରେ ଉଚ୍ଚ ଶିକ୍ଷାର ଉନ୍ନତି ଆଣିବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । । ସରକାରୀ ସ୍ତରରେ ମୋ କଲେଜ ,ମୋ ସ୍କୁଲ ଭଳି କ୍ୟାମ୍ପେନ ଆରମ୍ଭ କରିବା ଲକ୍ଷ୍ୟ ରଖାଯାଇଥିଲା । ଯେଉଁଥିରେ ସ୍କୁଲ କଲେଜର ପୂର୍ବତନ ଛାତ୍ରଛାତ୍ରୀମାନେ ଏବଂ ଇଚ୍ଛୁତ ବ୍ୟକ୍ତିମାନେ ସ୍କୁଲ ଏବଂ କଲେଜରେ ଉନ୍ନତି ଆଣିବାରେ ସରକାରଙ୍କୁ ସହଯୋଗ କରିପାରିବେ ।