ନୂଆଦିଲ୍ଲୀ, ୭/୧: ବରୁଣ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଥା ଦୋହରାଇଛନ୍ତି। ଉତ୍ତରପ୍ରଦେଶ ସୁଲତାନପୁର ଏମ୍ପି ବରୁଣ କହିଛନ୍ତି ଯେ, ୧୯୫୨ଠାରୁ କୌଣସି ସରକାର ଦେଶର କୃଷକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରି ନାହାଁନ୍ତି। ପ୍ରତି ସରକାର ଉଦ୍ୟୋଗପତିଙ୍କୁ ଶତପ୍ରତିଶତ ଆର୍ଥିକ ସହାୟତା ଦେଇଛନ୍ତି। ଅପରପକ୍ଷରେ କୃଷକଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୧୭ ପ୍ରତିଶତ ଅର୍ଥ। ବର୍ତ୍ତମାନର ଏନଡିଏ ସରକାର ମଧ୍ୟ ସେହି ଧାରା ଆପଣେଇଛନ୍ତି। ଦୋରେ ରାସ୍ତା, ପୋଲ ନିର୍ମାଣ କଲେ କିମ୍ବା ସୋଲାର ପ୍ୟାନେଲ ଲଗାଇଲେ ସାଧାରଣ ଲୋକଙ୍କର ଆର୍ଥିକ ବିକାଶ ହୋଇପାରିବ ନାହିଁ। ଏବେ ସୁଦ୍ଧା ଦେଶର ସ୍କୁଲ ଯାଉଥିବା ପିଲାଙ୍କ ସଂଖ୍ୟାରେ ଆଶା ଜନକ ବୃଦ୍ଧି ହୋଇ ନାହିଁ।