ରିଲିଜ୍ ହୋଇଯାଇଛି ବଲିଉଡ଼ ସୁପରଷ୍ଟାର୍ ଶହାରୁଖଙ୍କ ବହୁ ପ୍ରତିକ୍ଷିତ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ଜିରୋ’ । ଫିଲ୍ମକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ପିଲ୍ମଟି ୩୦ କୋଟିରୁ ଉର୍ଦ୍ଧ ବ୍ୟବସାୟ କରିବ ବୋଲି ଆକଳନ କରାଯାଇଛି । ଏଥିରେ ବିଏଫ୍ଏକ୍ସକୁ ଅତି ସୁନ୍ଦର ରୂପେ ବ୍ୟବହାର କରାଯିବାର ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମରେ ଶାହାରୁଖଙ୍କ ସମେତ ଫିଲ୍ମରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କଟ୍ରିନା କୈଫ୍ଙ୍କୁ ଦର୍ଶକ ଦେଖିବାକୁ ପାଇବେ ଅର୍ଥାତ୍ କିଙ୍ଗ୍ଖାନ୍ ଶହାରୁଖ ଦୁଇ ଦୁଇଟି ହିରୋଇନ୍ଙ୍କ ସହ ରୋମାନ୍ସ କରିଥିବାର ନଜର ଆସିବେ । ଉଲ୍ଲେଖନୀୟ ଯେ, ଅଭିନେତ୍ରୀ ଅନୁଷ୍କାଙ୍କ ସହ ଏହା ଶହାରୁଖଙ୍କ ଚତୁର୍ଥ ଫିଲ୍ମ ହୋଇଥିବା ବେଳେ କଟ୍ରିନାଙ୍କ ସହ ଦ୍ୱିତୀୟ । ପୂର୍ବରୁ ମଧ୍ୟ ଏହି ତିନି ଷ୍ଟାର୍ କମାଲ୍, ଫିଲ୍ମ ‘ଜବ ତକ୍ ହେଁ ଜାନ୍’ରେ ଦେଖିବାକୁ ମିଳିଥିଲା । ଫିଲ୍ମ ‘ଜିରୋ’ର ନିର୍ଦ୍ଦେଶନା ଆନନ୍ଦ ଏଲ୍ ରାୟ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଗୌରୀ ଖାନ୍ । ଫିଲ୍ମର କାହାଣୀ ଓ ସ୍କ୍ରିନ୍ପ୍ଳେ ହିମାଂଶୁ ଶର୍ମା ଲେଖିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ୍ ଏବଂ ତାନିଶP ବାଗ୍ଚି ଦେଇଛନ୍ତି । ୨୦୦ କୋଟିରେ ନିର୍ମିତ ଏହି ଫିଲ୍ମର ସମୟ ବ୍ୟବଧାନ ଦୁଇ ଘଣ୍ଟା ୪୪ ମିନିଟ୍ । ଫିଲ୍ମର କାହାଣୀ କହିବାକୁ ଗଲେ, ଏହା ସମ୍ପୂର୍ଣ୍ଣ ରୂପେ ଲଭ୍ଷ୍ଟୋରୀ ଉପରେ ଆଧାରିତ । କାହାଣୀ ମେରଠ ବାସୀନ୍ଦା ୩୮ ବର୍ଷିୟ ବଊଆ ସିଂହ(ଶାହାରୁଖ ଖାନ୍)ଙ୍କ ଠାରୁ ଆରମ୍ଭ ଯାହାଙ୍କ କମ୍ ଉଚ୍ଚତା ପାଇଁ ବିବାହ ହୁଏ ନାହିଁ । କାହାଣୀର ଅତିକ୍ରମ କ୍ରମେ ଏକ ମ୍ୟାରେଜ୍ ବୁ୍ୟରୋ ମାଧ୍ୟମରେ ଆଫିୟା ଭିଣ୍ଡର୍(ଅନୁସ୍କା)ଙ୍କ ସହ ସାକ୍ଷାତା ହୁଏ ଯିଏ ସେରେବ୍ରଲ୍ ପାଲ୍ସୀ ନାମକ ଏକ ରୋଗରେ ଆକ୍ରାନ୍ତ । ଅନ୍ୟପକ୍ଷରେ ଅଚାନକ୍ ବଊଆ ସିଂହଙ୍କ ସୁପରଷ୍ଟାର ବବିତା କୁମାରୀଙ୍କ ସହ ମଧ୍ୟ ଦେଖା ହୁଏ ଯାହାଙ୍କ ବଊଆ ପୂର୍ବରୁ ଫ୍ୟାନ୍ ରହିଥାଏ ଏବଂ ନିଶାଗ୍ରସ୍ତ ଥିବା ସମୟରେ ଭୁଲ୍ବଶତଃ ବଊଆ ବବିତାଙ୍କୁ କିସ୍ କରି ବସେ । ସମ୍ପୂର୍ଣ୍ଣ କାହାଣୀରେ ବଉଆ ନିଜର ଶାରିରୀକ ସମସ୍ୟା ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥାଏ । ବଊଆ ଚରିତ୍ରରେ ଶାହାରୁଖ ଖାନ୍ ବିଲ୍କୁଲ୍ ଖାପ ଖାଉଥିବା ନଜର ଆସୁଛନ୍ତି । ଏହି ଫିଲ୍ମରେ କଟ୍ରିନା ଏକ ଭିନ୍ନ ଲୁକ୍ କ୍ୟାରି କରିଛନ୍ତି ଯାହାକୁ ବୋଧ୍ହୁଏ ସେ ଅନ୍ୟ କୌଣସି ଫିଲ୍ମରେ ଟ୍ରାଏ କରିନାହାନ୍ତି । ଦର୍ଶକ ଫିଲ୍ମରେ ଜବର୍ଦସ୍ତ ଡାଇଲଗ୍ ଡେଲିଭରି ସହ କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ପାଇବେ । ଏହାସହ ଫିଲ୍ମର ଗୀତଗୁଡିକ ମଧ୍ୟ ଖୁବ୍ ଭଲ ହୋଇଛି । ଯଦି ଆପଣ ଶାହାରୁଖଙ୍କ ଫ୍ୟାନ, ତେବେ ନିଶ୍ଚିତ ଏହି ଫିଲ୍ମକୁ ଦେଖିବାକୁ ଯାଆନ୍ତୁ ।