ରୋଗ ପ୍ରତିରୋଧକାରୀ ଗଙ୍ଗଶିଉଳି

ଗଙ୍ଗଶିଉଳି ପତ୍ର ୮-୧୦ଟି ଭଲ ଭାବରେ ଛେଚିକରି ୪/୫ କପ୍‌ ପାଣିରେ ସିଝାଇ ସେହି ପାଣି ମରି ମରି ଏକ କପ୍‌ ହେଲେ ଓହ୍ଲାଇ ଛାଣିନେବ ଏବଂ ଜଳକୁ ସକାଳ ଓ ସନ୍ଧ୍ୟାରେ ଦୁଇଥର ୭/୮ଦିନ ପିଇଲେ ସାଇଟିକା, ବାତ ଯନ୍ତ୍ରଣା ଉପଶମ ହୁଏ । ଏହି ଔଷଧଟି ଚାଣକ୍ୟ, ଚନ୍ଦ୍ରଗୁପ୍ତଙ୍କଠାରେ ପ୍ରୟୋଗ କରିଥିଲେ ।
-ଶିଉଳି ଗଛ ଛେଲିର ଗୁଣ୍ଡକୁ ଦେଢଗ୍ରାମ୍‌ ନେଇ ସକାଳ ଓ ସନ୍ଧ୍ୟାରେ ଗରମ ପାଣି ସହ କିଛିଦିନ ଖାଇଲେ ଶରୀରର ଅତିରିକ୍ତ ମେଦ କମିଯାଏ ।
-ମୂର୍ଚ୍ଛା ରୋଗ ଆରମ୍ଭ ସମୟରେ ୨ଚାମଚ ଶିଉଳି ପତ୍ର ରସ ଅଳ୍ପ ଗରମ କରି ଦୁଇବେଳା ଖାଇଲେ ଉପକାର ମିଳେ । ତେବେ ରୋଗ ଯଦି ଅନେକ ଦିନର ହୁଏ ତେବେ ଉପକାର ନ ମିଳିପାରେ ।
-ପେଟ ଖରାପ ଅଥଚ ପେଟ ଭଲଭାବରେ ପରିଷ୍କାର ହେଉନାହିଁ କି ? ଏହି ଅବସ୍ଥାରେ ୨ଚାମଚ ଶିଉଳି ପତ୍ର ରସ ସନ୍ଧ୍ୟା ଓ ସକାଳେ ସାମାନ୍ୟ ଉଷୁମ ପାଣିରେ ୨/୩ଦିନ ଖାଇଲେ ପେଟ ପରିଷ୍କାର ହେବ ଏବଂ ଶରୀରର ଅସ୍ୱସ୍ତିଭାବ କମିଯିବ ।
-ଦୁଇ ଚାମଚ ଶିଉଳି ପତ୍ର ରସ ଅଳ୍ପ ଗରମ କରି ସକାଳେ ଓ ସନ୍ଧ୍ୟାରେ ୨ଥର ଖାଇଲେ କୃମିର ଉପଦ୍ରବ କମେ ଏବଂ କୃମି ବାହାରି ଯାଏ ।