ଶପଥ ଗ୍ରହଣ ପୂର୍ବରୁ ଏନଡିଏର ହାତ ଛାଡିଲା ଜେଡିୟୁ

ନୂଆଦିଲ୍ଲୀ,୩୦/୫: ଆଜି ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମାତ୍ର ଏହା ପୂର୍ବରୁ ଏନଡିଏରେ ଫାଟ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ମନ ମୁତାବକ ଆସନ ନମିଳିବାରୁ ଜେଡିୟୁ ସରକାରରେ ସାମିଲ ହେବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି।

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ବିଜେପି ଯେଉଁ ଅଫର ଆମ ସାମ୍ନାରେ ରଖିଛି, ତାହା ଆମକୁ ମଞ୍ଜୁର ନୁହେଁ। ମାତ୍ର ଆମେ ଏନଡିଏ ସହିତ ମଜବୁତ ସହିତ ଛିଡ଼ା ହୋଇଛୁ ଏବଂ ବିଜେପି ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବୁ। କିନ୍ତୁ ବର୍ତ୍ତମାନ ଆମେ ମନ୍ତ୍ରିମଣ୍ଡଳରେ ସାମିଲ ହେବୁ ନାହିଁ।

ନୀତିଶ କୁମାର କହିଛନ୍ତି ଯେ, ଆମକୁ ବିଜେପି ପକ୍ଷରୁ ସରକାରରେ ସାମିଲ ହେବାକୁ ପ୍ରସ୍ତାବ ମିଳିଥିଲା। ସେହି ପ୍ରସ୍ତାବ ଉପରେ ପାର୍ଟି ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଆମେ ମୋଦୀ ସରକାରରେ ସାମିଲ ହେବୁ ନାହିଁ। ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାରୁ ଜେଡିୟୁ ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଜେଡିୟୁ ଆଶା କରିଥିଲା ଯେ, ତାଙ୍କୁ ୨ କ୍ୟାବିନେଟ୍ ଓ ୧ ରାଷ୍ଟ୍ର ପାହ୍ୟା ମିଳିବ। ମାତ୍ର ବିଜେପି ଜେଡିୟୁକୁ ଗୋଟିଏ କ୍ୟାବିନେଟ୍ ମନ୍ତ୍ରୀ ପଦ ଅଫର କରିଥିଲା।

ସୂଚନାଯୋଗ୍ୟ, ଗତ ସରକାରରେ ବିହାରରୁ ସାତ ମନ୍ତ୍ରୀ କରାଯାଇଥିଲା। ଏଥିରେ ବିଜେପିର ରବିଶଙ୍କର ପ୍ରସାଦ, ଗିରିରାଜ ସିଂହ, ଆରକେ ସିଂହ, ଅଶ୍ଵିନ ଚୌବେ, ରାଜୀବ ପ୍ରତାପ ରୁଡ୍ଡୀ ଓ ରାମକୃପାଲ ଯାଦବ ସିଂହ ସାମିଲ ଥିଲେ। ଏହା ସହିତ ଏଲଜେପିରୁ ରାମବିଳାସ ପାସଓ୍ଵାନ କେନ୍ଦ୍ର ମନ୍ତ୍ରୀ ଥିଲେ।

SBI AD