ସ୍ମାର୍ଟଫୋନ୍ ପ୍ରସ୍ତୁତକାରୀ କମ୍ପାନୀ ଶାଓମି ତା’ର ମୁଖ୍ୟ ତିନୋଟି ଫୋନ୍ର ଦର ହ୍ରାସ କରିଛି । ମୁଖ୍ୟ ତିନୋଟି ସ୍ମାର୍ଟଫୋନ୍ ହେଉଛି ରେଡ୍ମି ନୋଟ୍ ଫାଇଭ୍ ପ୍ରୋ, ଏମ୍ଆଇ ଏଟୁ, ରେଡ୍ମି ଆଇଟୁର ବଜାର ଦର କମିଯାଇଛି । ଭାରତରେ ଶାଓମି ନଭେମ୍ବର ୨୨ରେ ରେଡ୍ମି ନୋଟ୍ ସିକ୍ସ ପ୍ରୋ ଲଞ୍ଚ କରିବାକୁ ଯାଉଛି । ତେଣୁ ଅନ୍ୟ ଫୋନ୍ ଗୁଡିକ ଅର୍ଥାତ୍ ମୁଖ୍ୟ ତିନୋଟି ଫୋନ୍ ରେଡ୍ ନୋଟ୍ ଫାଇଭ୍ ପ୍ରୋର ସବୁ ପ୍ରକାର ମଡେଲର ଦାମ୍ ଉପରେ୧୦୦୦ ଟଙ୍କାର ରିହାତି ହୋଇଛି । ଏହି ଫୋନ୍ର ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ଦାମ୍ ୧୩୯୯୯ ଟଙ୍କା ଥିବା ବେଳେ ୬ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ଦାମ୍ ୧୫୯୯୯ ଟଙ୍କା ରହିଛି । ସେହିଭଳି ଏମ୍ଆଇ ଏଟୁର ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ଦାମ୍ ୧୫୯୯୯ ଟଙ୍କା ରହିଥିବା ବେଳେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ର ଦାମ୍ ୧୮୯୯୯ ଟଙ୍କା ରହିଛି । ରେଡ୍ମି ୱାଇଟୁର ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ମୂଲ୍ୟ ୧୧୯୯୯ ଟଙ୍କା ରହିଛି । ଏହି ଫୋନ୍ ଗୁଡିକ ନୂତନ ଦରରେ ସମସ୍ତ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଷ୍ଟୋରେ ଉଦ୍ଦିଷ୍ଟ ରହିଛି ।