ବଲିଉଡ୍ ଅଭିନେତ୍ରୀ ଦିଶା ପଟ୍ଟାନୀ ନିଜ ଷ୍ଟାଇଲ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାନ୍ତି । ତାଙ୍କର ଅଜିବ୍ ଷ୍ଟାଇଲ୍ ଫରମୁଲା କିଛଇ ଲୋକଙ୍କୁ ଭଲଲାଗୁଥିବା ବେଳେ କିଛି ଲୋକ ତାଙ୍କ ଏ ଅଜବ ଫରମୁଲାକୁ ବିଝିବାରେ ଫେଲ୍ ମାରନ୍ତି । ଜିମ୍ କଷ୍ଟୁ୍ୟମ ସହ ବ୍ରାଇଡାଲ୍ ଲେହେଙ୍ଗା ପିନ୍ଧି ଦିଶା ଅନେକବାର ସମାଲୋଚିତ ହୋଇଛନ୍ତି । ତେବେ ସେ ଯାହା ବି ହେଉ କୌଣସି ସୁପରଷ୍ଟାରଙ୍କ ଭଳି ଦିଶାଙ୍କ ଫ୍ୟାନ୍ ଫଲୋୟର୍ସ ବି କିଛି କମ୍ ନୁହନ୍ତି । ସୋସାଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ଥିବା ଦିଶା ନିକଟରେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟେଶ ସେୟାର କରିଛନ୍ତି ଯାହା ୟୁଜରମାନଙ୍କୁ ବେଶ୍ ପସନ୍ଦ ଆସିବା ସହ ୟୁଜରମାନେ ଏହାକୁ ବାର -ବାର ସେୟାର କରିବାରେ ଲାଗିଛନ୍ତି । ନିକଟରେ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ର ।ଇ ବଜେଟ୍ ଫିଲ୍ମ ‘ଭାରତ’ । ଯେଉଁଥିରେ ବଲିଉଡ୍ର ଭାଇଜାନ୍ ସଲମାନ, କ୍ୟାଟ୍ରିନା କୈଫ୍, ବରୁଣ ଧୱନ, ତବୁ ଆଦି ଦିଗ୍ଗଜ କଳାକାର ଅଭିନୟ କରିଛନ୍ତି । ଏହା ବ୍ୟତୀତ ଦିଶା ଆଗାମୀ ଦିନରେ ମୋହିତ ସୁରୀଙ୍କ ଫଇଲ୍ମରେ କାମ ରକିବାର ଦେଖିଯିବେ । ଯେଉଁଥିରେ ଅନୀଲ କପୁରଙ୍କ ଭଳି ଏଭରଗ୍ରୀନ୍ ଆକଫର ଅଭିନୟ କରିବେ । ଟାଇଗର ଶ୍ରଫ୍ଙ୍କ ସହ ନିଜ ରିଲେସନ୍ସିପ୍କୁ ନେଇ ମଧ୍ୟ ଦିଶା ଦର୍ଶକଙ୍କ ଦୃଷ୍ଟି ଆକାର୍ଷଣ କରନ୍ତି ।