ଶେରଗଡ଼,୧୨/୪: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଛନ୍ତି। ସେ ନିଜର ଓ ଲୋକ ସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ପାଇଁ ପ୍ରଚାର କରିଛନ୍ତି। ୧୧ଟା ୩୦ ମିନିଟ୍ରେ ଶେରଗଡ଼ ପେଟ୍ରୋଲ ଟାଙ୍କିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡ଼ିକୁ ସ୍ବାଗତ କରାଯାଇଥିଲା। ପରେ ସେଠାରୁ ଏକ ବାଇକ୍ ରାଲିରେ ବାହାରି ଶେରଗଡ଼ ଚାରିଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ। ଶେରଗଡ଼ ବଜାର ଛକରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ଚିହ୍ନରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହା ପରେ ସେ ରୋଡ୍ ଶୋ’ରେ ବାରସିଙ୍ଗ, କୁମାରପାଣି, କରଡ଼ାକଣା,ବରମୁଣ୍ଡଳୀ, ବାଦଗଡ଼,ତାକରଡ଼ା, ଧବଳପୁର, ଧନତାର, ଗୋବିନ୍ଦପୁର,ଗୋଠଗାଁ, ଠୁରବୁରାଇ, କ୍ରୁରଲା, ଅଲରିଗଡ଼ରେ ପ୍ରଚାରକରି ହିଞ୍ଜିଳି ଅଭିମୁଖେ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।