ସରକାରୀ ବ୍ୟାଙ୍କରେ ଲକ୍ଷେ ନିଯୁକ୍ତି ସମ୍ଭାବନା

ନୂଆଦିଲ୍ଲୀ, ୧୮/୧୨: ଆସନ୍ତା ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ଲକ୍ଷେରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ଏକ ଆକଳନରୁ ଜଣାପଡ଼ିଛି । ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ ଥିବା ପ୍ରାର୍ଥୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ । ସମ୍ପତ୍ତି ପରିଚାଳନା, ଆନାଲିଟିକ୍ସ, ରଣନୀତି, ଡିଜିଟାଲ୍‌ ଓ ଗ୍ରାହକ ସେବା ଭଳି କ୍ଷେତ୍ରରେ ନୂଆ କର୍ମଚାରୀଙ୍କୁ ବ୍ୟାଙ୍କଗୁଡ଼ିକୁ ନିଯୁକ୍ତ କରିବେ ବୋଲି ଟିମ୍‌ ଲିଜ୍‌ ନାମକ ଏକ ସଂସ୍ଥା ଅନୁମାନ ଲଗାଇଛି । ଏହି ସବୁ ଚାକିରିରେ ସର୍ବାଧିକ ବାର୍ଷିକ ୫୦ ଲକ୍ଷ ଟଙ୍କିଆ ଦରମାର ଚାକିରି ମଧ୍ୟ ରହିଛି । ବିଗତ ଦୁଇ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ୯୫ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସୂଚନା ମିଳିଛି ।