*ଚିନିରେ ଲେମ୍ବୁରସ ମିଶାଇ ମୁହଁ ହାତ ଇତ୍ୟାଦି ସ୍ଥାନରେ ଘଷିବା ଉଚିତ । କାରଣ ଏହାଦ୍ୱାରା ତ୍ୱଚାର ରଙ୍ଗ ଉଜ୍ଜ୍ୱଳ ହେବା ସହ ନିସ୍ତେଜ ତ୍ୱଚାକୁ ସତେଜ କରିବାରେ ସାହାଯ୍ୟ କରେ ।
*ଚିନିରେ ମହୁ, ଦହି ଓ ଅଣ୍ଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁ ତଥା ଶରୀରରେ ଲଗାନ୍ତୁ । ଏହା ଏକ ଭଲ ମାକ୍ସ ଭଳି କାମ କରେ ।
*ତ୍ୱଚାରେ ବ୍ଲାକ୍ ହେଡ଼୍ ବା ହ୍ୱାଇଟ୍ ହେଡ଼୍ ହୋଇଥିଲେ ଟିକିଏ ଲୁଣ ଓ ଚିନି ମିଶାଇ ଓଦା ହାତରେ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ଦାଗ ଦୂର ହେବା ସହ ତ୍ୱଚା ପରିଷ୍କାର ହୋଇଥାଏ ।
*ମୁହଁ ଓ ଶରୀରର ତ୍ୱଚା ଟାଣ ଓ ରୁକ୍ଷ ହୋଇଯାଇଥିଲେ ସାବୁନ୍ ଲଗାଇବା ପରେ ହାତରେ ଟିକିଏ ଚିନି ଦେଇ ସଂପୂର୍ଣ୍ଣ ଶରୀରରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚା ନମନୀୟ ହୋଇଥାଏ ।
