ବର୍ତ୍ତମାନ ଖରା ଗରମ ଦିନକୁ ଦିନ ବଢିବାରେ ଲାଗିଛି । ଖରାଦିନେ ସାଧାରଣତଃ ଆମ ଖାଇବା ପିଇବାରେ ଠିକ୍ ନଥାଏ । ସେଥିପାଇଁ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ମାତ୍ରେ ଆମର ଅନେକ ସ୍ବାସ୍ଥ୍ୟ ସମସ୍ୟା ଏହି ଦିନରେ ଅଧିକ ଦେଖାଦେଇଥାଏ । ତେଣୁ ବିଶେଷ କରି ଏହି ଦିନରେ ଖାଇବା ପିଇବା ଉପରେ ଧ୍ୟାନ ଦେବା ଜରୁରୀ । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଖରାଦିନେ କେଉଁ ଖାଦ୍ୟ ଖାଇବା ଜରୁରୀ ସେ ସମ୍ପର୍କରେ ଜାଣି ନାହାଁନ୍ତି । ଅନେକ ଖାଦ୍ୟ ଖାଇବାକୁ ମଧ୍ୟ ଭୟ କରିଥାଆନ୍ତି ।
ଖରା ଗରମରେ କଞ୍ଚା ବାଦାମ ଅପେକ୍ଷା ଭିଜା ବାଦାମ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବାଦାମ୍ର ଗରମ ପ୍ରଭାବ ଥାଏ, କିନ୍ତୁ ରାତିସାରା ପାଣିରେ ଭିଜାଇ ରଖିବା ଦ୍ବାରା ଏହା ଥଣ୍ଡା ହୋଇଯାଏ । ଭିଜା ବାଦାମ୍ ଖାଇବା ଦ୍ୱାରା ଶକ୍ତି ମିଳିଥାଏ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଏହା ବ୍ୟତୀତ, ଏହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିବାରେ ସାହାଯ୍ୟ କରେ । ଖରାଦିନେ ଭିଜା ବାଦାମ୍ ଖାଇବାର ଲାଭ ବିଷୟରେ ଆସନ୍ତୁ ଜାଣିବା ।
ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ : କଞ୍ଚା ବାଦାମରେ ଫାଇଟିକ୍ ଏସିଡ୍ ଥାଏ । ଯାହା ଖାଇବା ଦ୍ବାରା ପେଟ ଭାରି ଲାଗିବା ସହ ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ । ବାଦାମକୁ ପାଣିରେ ଭିଜାଇବା ଦ୍ବାରା ଏସିଡ୍ ଦୂର କରେ । ବାଦାମରେ ଥିବା ଫାଇବର ସହଜରେ ହଜମ କରେ । ଭିଜା ବାଦାମ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ, ବଦହଜମୀ ଏବଂ ଏସିଡିଟି ଭଳି ସମସ୍ୟାରୁ ରକ୍ଷା କରିଥାଏ ।
କ୍ୟାନ୍ସର ଦୂର କରେ : ଭିଜା ବାଦାମ ଖାଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରେ । ଏଥିରେ ଥିବା ଆଣ୍ଟ ଅକ୍ସିଡାଣ୍ଟ କ୍ୟାନ୍ସର ରୋଗକୁ ଦୂର କରିବାରେ ସାହାଯ୍ୟ କରେ । ଏଥିରେ ଅନେକ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି ଯାହା କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ ।
ଏସିଡିଟି ଦୂର କରେ : ଖରାଦିନେ ଗ୍ୟାସ ଓ ଏସିଡିଟି ଖୁବ୍ ସାଧାରଣ । ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ଭିଜା ହୋଇଥିବା ବାଦାମ ଖାଆନ୍ତୁ । ବାଦାମରେ ମିଳୁଥିବା ପୋଟାସିୟମ୍, କପର, କ୍ୟାଲସିୟମ୍, ମାଙ୍ଗାନିଜ୍ ଏବଂ ଆଇରନ୍ ଭଳି ପୁଷ୍ଟିକର ତତ୍ତ୍ୱ ପେଟ ସମସ୍ୟା ଦୂର କରିବା ପାଇଁ ପ୍ରଭାବଶାଳୀ । ଖାଲି ପେଟରେ ଭିଜା ବାଦାମ ଖାଇବା ଦ୍ବାରା ଗ୍ୟାସ୍ ଏବଂ ଏସିଡିଟିରୁ ମୁକ୍ତି ଦେଇଥାଏ । ଡିନରରେ ଏହାକୁ ସାମିଲ କରିପାରିବେ ।
ହାର୍ଟ ପାଇଁ ଲାଭଦାୟକ : ଭିଜା ହୋଇଥିବା ବାଦାମରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ । ଯାହା ହାର୍ଟକୁ ସୁସ୍ଥ ରଖିଥାଏ । ଏହା ଖାଇବା ଦ୍ବାରା ହାର୍ଟ ଆଟାକ୍ ଭଳି ଆଶଙ୍କାକୁ କମ୍ କରାଯାଇପାରିବ । ଏହା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ କମ କରିବାରେ ଏବଂ ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି କରିବାରେ ସାହାଯ୍ୟ କରେ ।
ଡାଇବେଟସ୍ ପାଇଁ ଲାଭଦାୟକ : ଭିଜା ବାଦାମ ଖାଇବା ଦ୍ବାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇପାରିବ ଏବଂ ଡାଇବେଟସ୍ ଭଳି ସମସ୍ୟାକୁ ମଧ୍ୟ ରୋକାଯାଇପାରିବ । ହେଲେ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ତ୍ବଚା ଏବଂ କେଶ ପାଇଁ ଲାଭକାରୀ : ଖରା ଗରମ ଯୋଗୁଁ ତ୍ବଚା ଏବଂ କେଶକୁ ଖରାପ କରିଦେଇଥାଏ । ଭିଜା ବାଦାମରେ ଭିଟାମିନ୍ ଇ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ତ୍ବଚା ଏବଂ କେଶ ପାଇଁ ଲାଭକାରୀ ହୋଇଥାଏ ବୋଲି ସାବ୍ୟସ୍ତ ହୋଇଛି ।