ବାଇବୋଲାର ଡିଜ୍ଅର୍ଡ଼ର ରୋଗରେ ପଡ଼ିତ ବଲିଉଡ଼୍ର ଜଣାଶୁଣା କଣ୍ଠଶିଳ୍ପୀ ଓ ଅଭିନେତା ହନି ସିଂହ ଏବେ ହୋଇଯାଇଛନ୍ତି ପୁରା ସୁସ୍ଥ । ଦେହ ଭଲ ହେବାପରେ ଏବେ ଫେରିଛନ୍ତି ସଙ୍ଗୀତ ଜଗତକୁ । ଦୀର୍ଘ ଦୁଇ ବର୍ଷପରେ ହନି ସିଂହ ଫେରିଛନ୍ତି ବଲିଉଡ଼୍କୁ ନିଜର ଏକ ନୂଆ ଗୀତ ସହିତ । ଯାହାର ନା’ ରହିଛି ‘ମଖନା’ । କିଛିଦିନ ତଳେ ଟି- ସିରିଜ କମ୍ପାନୀ ନିଜ ୟୁଟୁ୍ୟବ୍ ଚ୍ୟାନେଲରେ ଏହି ଗୀତର ଟ୍ରିଜର ରିଲିଜ କରିଛି । ‘ମଖନା’ ୟୋ ୟୋଙ୍କ ନୂଆ ବର୍ଷକୁ ଖାସ କରିଦେବ ବୋଲି ଆଶା ରଖିଛନ୍ତି ସେ । ଏହା ପୂର୍ବରୁ ହନି ସିଂହ ସବୁବେଳେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବହୁ ହିଟ୍ ନମ୍ବର ଦେଇସାରିଛନ୍ତି । ଦେହ ଖରାପକୁ ନେଇ ହନି ସିଂହ ବଲିଉଡ଼୍ ଇଣ୍ଡଷ୍ଟ୍ରିରୁ ଦୂରଇ ଯାଇଥିଲେ ମଧ୍ୟ ଏବେବି ଦର୍ଶକ ତାଙ୍କ ଗୀତକୁ ଭୁଲିନାହାନ୍ତି । ହନି ସିଂହଙ୍କ ଗୀତକୁ ପୁଣି ଆଗଭଳି ଭଲପାଉଛନ୍ତି ଗୀତପ୍ରେମୀ । ବର୍ତ୍ତମାନ ହନି ସିଂହ ବିଭିନ୍ନ ଦଶର ଭିନ୍ନ ଭିନ୍ନ ଗୀତକୁ ଶୁଣିବାରେ ଲାଗିପଡ଼ିଛନ୍ତି । ଶାହାରୁଖ ଖାନଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯନ୍ତ ବଳିଉଡ଼୍ର ସବୁ ବଡ଼ କଳାକାରଙ୍କୁ ନିଜ ଗୀତ ଜରିଆର ନଚେଇସାରିଛନ୍ତି ୟୋ ୟୋ । ରିଲିଜ ହୋଇଥିବା ‘ମଖନା’ ଏକ ରୋମାଣ୍ଟିକ୍ ଟ୍ରାକ୍ । ଏଥିରେ କଣ୍ଠଦାନ କରିଛନ୍ତି ହନି ସିଂହ ଓ ନେହା କMଡ଼୍ । ଗୀତର ସୁଟିଂ ହୱାନାର କୁ୍ୟବାରେ ସୁଟିଂ କରାଯାଇଛି। ‘ମଖନା’ ହେଉଛି ଭାରତର ପ୍ରଥମ ଗୀତ ଯାହା କୁ୍ୟବାରେ ସୁଟିଂ କରାଯାଇଛି । ଲୁକ୍ କଥା କହିବାକୁ ଗଲେ ଲମ୍ବା ଚୁଟି ଓ ବିୟର୍ଡ଼ରେ ୟୋ ୟୋ ବେଶ୍ କୁଲ୍ ଲାଗୁଛନ୍ତି ।