ହାତରେଖା କହିବ, ପୁଅ ହେବ ନା ଝିଅ

0

ଅନେକ କାଳରୁ ହସ୍ତରେଖାର ଉପରେ ଲୋକ ବିଶ୍ୱାସ କରିଆସୁଛନ୍ତି । ଜ୍ୟୋତିମାନେ ହାତ ଦେଖି କିଛି କହିଲେ, ତାକୁ ବହୁ ଲୋକ ଅନୁସରଣ କରନ୍ତି ଏବଂ ସତ ବୋଲି ମଧ୍ୟ ମାନିଥାନ୍ତି । ହାତ ଦେଖି ଅନେକ ଲୋକ ନିଜର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଚାହାନ୍ତି । ସ୍କୁଲ୍‌, କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ହସମଜାରେ ହାତ ଦେଖି କହନ୍ତି, ଲଭ୍‌ ମ୍ୟାରେଜ୍‌ କରିବ ନା ଆରେଞ୍ଜ ମ୍ୟାରେଜ୍‌, ଭବିଷ୍ୟତରେ କେତୋଟି ସନ୍ତାନ ସନ୍ତତି ହେବେ । ଜାଣିଛନ୍ତି ଆପଣ ହସ, ମଜାକ୍‌ରେ କହୁଥିବା କଥାଗୁଡିକ ସତ । ପ୍ରକୃତରେ ହାତରେ କିଛି ଏପରି ରେଖା ରହିଛି, ଯାହା ଭବିଷ୍ୟତ ବିଷୟରେ ଜଣାଇଥାଏ । ଆଜି ଆମେ ଆପଣଙ୍କୁ ହସ୍ତରେଖା ବିଷୟରେ ଜଣାଉଛୁ, ଯାହା ସନ୍ତାନ ଏବଂ ସନ୍ତତିମାନଙ୍କ ବିଷୟରେ ଜଣାଇବ । ଆସ;ୁ ଜାଣିବା ଏପରି ରେଖା ସମ୍ପର୍କରେ । ହାତ ପାପୁଲିର କନିଷ୍ଠ ଆଙ୍ଗୁଳି ବା ଛୋଟ ଆଙ୍ଗୁଳିର ସିଧାରେ ବା ବୈବାହିକ ରେଖା ଉପରେ ସନ୍ତାନ ରେଖା ରହିଥାଏ । ଏହାଦ୍ୱାରା ସନ୍ତାନ ଓ ସନ୍ତତି ବିଷୟରେ ଜାଣିପାରିଥାଉ ।
-ଯେଉଁ ବ୍ୟକ୍ତିର ହାତ ପାପୁଲିରେ ଥିବା ସନ୍ତାନ ରେଖା ବିଭାଜିତ ହୋଇଥାଏ । ସେମାନଙ୍କର ଯାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ ।
-ଜ୍ୟୋତିବିଜ୍ଞାନ କହୁଛି, ଯେଉଁ ବ୍ୟକ୍ତିର ସନ୍ତାନ ରେଖା ସ୍ପଷ୍ଟ ଭାବରେ ଦେଖାଯାଏ । ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।
-ଯେଉଁମାନଙ୍କ ସନ୍ତାନ ରେଖା ପତଳା ହୋଇଥାଏ, ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହୁଏ ।
-ଯେଉଁ ବ୍ୟକ୍ତିର ସନ୍ତାନ ରେଖା ଆରମ୍ଭରୁ ମୋଡି ମୋଡି ହୋଇଥାଏ । ସେମାନଙ୍କର ଦୁର୍ବଳ ସନ୍ତାନ ଜନ୍ମ ହୋଇଥାନ୍ତି । ଜନ୍ମ ହେବା ଦିନଠାରୁ ବହୁତଥର ରୋଗରେ ପଡିଥାନ୍ତି ।

Leave A Reply

Your email address will not be published.