ଭୁବନେଶ୍ୱର,୧୭/୩: ଓଡ଼ିଶାକୁ କରୋନା ଭୟ । ବିଦେଶରୁ ଫେରି ହୋମ କ୍ୱାରେଣ୍ଟାଇନରେ ରହିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ରାଜପରିବାର । ସାରା ବିଶ୍ୱରେ କରୋନା ଆତଙ୍କ । ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସପରିବାର ଆମେରିକା ଗସ୍ତରେ ଯାଇ ସେଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ୧୫ ତାରିଖ ଦିନ ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ଓଡିଶା ଫେରିଛନ୍ତି । ଆଜି ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ସଦସ୍ୟମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି। ତେବେ କରୋନା ଆତଙ୍କ ଯୋଗୁଁ ଗଜପତି ମହାରାଜ ଓ ତାଙ୍କ ପରିବାର ସଦସ୍ୟଙ୍କ ନିରାପଦ ସ୍ୱାସ୍ଥ୍ୟ ଲାଗି ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗାମୀ ୧୪ ଦିନ ପାଇଁ ଭୁବନେଶ୍ୱର ବାସଭବନରେ ହୋମ୍ ଆଇସୋଲେସନରେ ରଖାଯାଇଛି। ମାର୍ଚ୍ଚ ୪ ତାରିଖ ପରେ ସମସ୍ତ ବିଦେଶ ଫେରିଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି ସେମାନେ ମଧ୍ୟ ୧୪ ଦିନ ଯାଏଁ ଘରେ ରହିବାକୁ ଗଜପତି ପରାମର୍ଶ ଦେଇଛନ୍ତି।
ଗତ କିଛି ଦିନ ତଳେ ବିଦେଶରୁ ଫେରିଥିବାରୁ ଆର୍ ଭିନିଲକ୍ରିଷ୍ଣାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଆଇଏଏସ ଏସ୍.ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍ରେ ପଞ୍ଜିକରଣ କରିଛନ୍ତି ।