୩ ବର୍ଷରେ ୧ଲକ୍ଷରୁ ଅଧିକ ଦିନ ମଜୁରିଆ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୧୩/୨: କେନ୍ଦ୍ର ସରକାର ଆଜି ଲୋକସଭାରେ କହିଛନ୍ତି ୨୦୧୯ରୁ ୨୦୨୧ ତିନି ବର୍ଷରେ ମୋଟ ୧.୧୨ ଲକ୍ଷ ଦୈନିକ ବେତନଭୋଗୀ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏନସିଆରବି ଡାଟାକୁ ଆଧାର କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ସମୟରେ ୬୬,୯୧୨ ଜଣ ଗୃହିଣୀ, ୫୩,୬୬୧ ଜଣ ସ୍ୱ-ନିୟୋଜିତ, ୪୩,୪୨୦ ଜଣ ବେତନଭୋଗୀ ଏବଂ ୪୩,୩୮୫ ଜଣ ବେରୋଜଗାର ଆତ୍ମହତ୍ୟା କରିଛନ୍ତି ।

ପ୍ରଶ୍ନକାଳ ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ତିନି ବର୍ଷ (୨୦୧୯, ୨୦୨୦, ୨୦୨୧)ରେ ୩୫,୯୫୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହାଛଡା ୩୧,୮୩୯ ଜଣ ଚାଷୀ ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ଶ୍ରମିକ ଆତ୍ମହତ୍ୟା କରିଛନ୍ତି ।

SBI AD