ଯାଜପୁର : ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂତ୍ତି ସାରା ଓଡିଶାରେ ସବୁ ଠାରୁ ଉଚ୍ଚତମ ମୂର୍ତ୍ତି ହେବ। ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଯାଜପୁରର ପାଲଟିବ ପର୍ଯ୍ୟଟନର ପ୍ରାଣକେନ୍ଦ୍ର। ଯାଜପୁରରେ ମା ବିରଜାଙ୍କ ମନ୍ଦିର ରହିଥିବା ବେଳେ ଦଶାଶ୍ବମେଧ ଘାଟ ପର୍ଯ୍ୟଟକଙ୍କୁ ଯାଜପୁରକୁ ଆକୃଷ୍ଟ କରୁଛି। ଏହାରି ଭିତରେ ମାତ୍ର ଆଉ ମାସ କେଇଟା ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ହେବାକୁ ଯାଉଛି। ତେବେ ଏହି ଶିବ ମୂତ୍ତିଟିର ଉଚ୍ଚତା ୧୨୩ ଫୁଟ ରହିଛି। ଯାହାକି ଏହା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୂମି ଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ୫୦ରୁ ୬୦ ଶ୍ରମିକ ଏହାର ନିର୍ମାଣ କାମରେ ଲାଗିଥିବା ବେଳେ ଖୁବ ସୁରକ୍ଷିତ ଭାବେ ଶ୍ରମିକମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି।
ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଥିବା ବେଳେ ନିର୍ମାଣ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାରରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତମାନ ୭୦ ପ୍ରତିଶତ କାମ ସରିଥିବା ବେଳେ ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜଣାଯାଇଛି। ଯାହାକି ମୂର୍ତ୍ତି ସଂପୂର୍ଣ୍ଣ ପାଇଁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି।
