ଓଡ଼ିଶାରେ ପୁଣି ୧୩୦ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ଭୁବନେଶ୍ୱର,୫/୬: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ୨୩ ଜିଲ୍ଲାରୁ ଆଉ ୧୩୦ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୬୦୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ କଟକ ଜିଲ୍ଲାର ୨୩ଜଣ, ଖୋର୍ଦ୍ଧାରୁ ୨୨ଜଣ, ମୟୂରଭଞ୍ଜରୁ ୨୨ଜଣ,ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, ଗଜପତିରୁ ୭ଜଣ, କୋରାପୁଟରୁ ୬ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ ୩ଜଣ, ଭଦ୍ରକରୁ ୪ଜଣ, କେନ୍ଦୁଝରରୁ ୨ଜଣ, କନ୍ଧମାଳରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ସୁନ୍ଦରଗଡ଼ରୁ ୭ଜଣ, ସୋନପୁରରୁ ଜଣେ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୪୮୧ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୭ଜଣଙ୍କ ମୃତ୍ୟୁ ଘଟିଛି।