କିସ୍‌ ପରିଦର୍ଶନ କଲେ ରାଜ୍ୟବର୍ଦ୍ଧନ ସିଂହ ରାଠୋର

0
????????????????????????????????????

ଭୁବନେଶ୍ୱର : କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱା) ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ୍ମଶ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଆଜି କିସ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କିଟ୍‌’ର ବିଭିନ୍ନ କ୍ୟାମ୍ପସ୍‌ ପରିଦର୍ଶନ କରିବା ସହ କିସ୍‌’ର ବିଭିନ୍ନ ବିଭାଗ ଏବଂ ଉଭୟ ଅନୁଷ୍ଠାନର କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରିଥିଲେ।

କିଟ୍‌ ଓ କିସ୍‌’ର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିବା ପରେ ଶ୍ରୀ ରାଠୋର ଜଣେ ସଫଳ କ୍ରୀଡ଼ାବିତ୍‌ ହେବା ନିମନ୍ତେ ଦୃଢ଼ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ। କିଟ୍‌ ଓ କିସ୍‌’ କ୍ରୀଡ଼ା ନିମନ୍ତେ ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଶ୍ରୀ ରାଠୋର୍‌ ଖୁସି ପ୍ରକାଶ କରିଥିଲେ। ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‌ ତିଆରି କରିବା ପାଇଁ କିଟ୍‌ ଓ କିସ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଯେଉଁ ଉଚ୍ଛାଶକ୍ତି ରହିଛି, ତାହାରି ବଳରେ ଆଜି କିଟ୍‌ ଓ କିସ୍‌’ରୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‌ ବାହାରିପାରୁଥିବା ସେ କହିଥିଲେ।

ଏହି ଅବସରରେ ଜାତୀୟ ସାହସିକତା ସମ୍ମାନ ପାଇବାକୁ ମନୋନୀତ ହୋଇଥିବା କିସ୍‌’ର ତୃତୀୟ ଶ୍ରେଣୀ ଛାତ୍ରୀ ମମତା ଦଳେଇଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ କିଟ୍‌’ ପରିସରରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ଯୁବ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଠୋର ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ସମ୍ବୋଧିତ କରିଥିଲେ।

SBI AD
Leave A Reply

Your email address will not be published.