ଭୁବନେଶ୍ୱର, ୨୨/୬ : ଆଜି ରାଜ୍ୟରେ ୧୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୩୮୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ୨୦ଟି ଜିଲ୍ଲାରୁ ଆଜି ଏହି ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
୧୪୩ଜଣଙ୍କ ମଧ୍ୟରେ ଗଜପତିରୁ ୧୮ଜଣ, ବରଗଡ଼ରୁ ୧୫ଜଣ, ମାଲକାନଗିରିରୁ ୧୫ଜଣ, ପୁରୀରୁ ୧୫ଜଣ, ବଲାଙ୍ଗୀରରୁ ୧୨ଜଣ, କଟକରୁ ୧୦ଜଣ, ଖୋର୍ଦ୍ଧାରୁ ୯ଜଣ, ମୟୁରଭଞ୍ଜରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ବାଲେଶ୍ୱର,ଢେଙ୍କାନାଳ ଏବଂ ସମ୍ବଲପୁରରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଭଦ୍ରକ, ବୌଧ, ଜଗତସିଂହପୁର, ଯାଜପୁର ଏବଂ କଳାହାଣ୍ଡିରେ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି | ଏହା ସହ କନ୍ଧମାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ଆଜି ଚିହ୍ନଟ ହୋଇଥିବା ୧୪୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ଜଣ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମଣ ରହିଥିଲା।