ଭୁବନେଶ୍ୱର, ୨୬/୦୮ : ହୀରାକୁଦରେ ୧୬ ଗେଟ୍ ଖୋଲିଛି, ମହାନଦୀରେ ପାଣି ଫୁଲୁଛି, ତଳମୁଣ୍ଡରେ ପୁଣି ଛନକା ପଶିଛି । କେବଳ ମହାନଦୀ ନୁହେଁ, ବୈତରଣୀ ଓ ଜଳକା ଆଦିରେ ପୁଣି ବନ୍ୟାସ୍ଥିତି ଉପୁଜିପାରେ ବୋଲି ଦେଖାଦେଇଛି ଆଶଙ୍କା । ତେବେ ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । କହିଛନ୍ତି, ମହାନଦୀରେ ଛୋଟ ବନ୍ୟା ଆଶଙ୍କା ରହିଛି । ୮ ରୁ ୧୦ ଘଣ୍ଟା ପାଣି ରହିପାରେ । ମୁଣ୍ଡଳୀରେ ଆଜି ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ପାଣି ଅତିକ୍ରମ କରିବ। ତେବେ ବନ୍ୟା ପ୍ରକୋପରେ ନାହିଁ ନଥିବା ସମସ୍ୟା ଭୋଗୁଥିବା ଉତ୍ତର ଓଡ଼ିଶାକୁ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଇଆଇସି ।