ସାରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କଲେ ସରକାର

ଲକ୍ଷ୍ନୌ 16/04 : ଗୁଳିମାଡ଼ରେ ଗ୍ୟାଙ୍ଗଷ୍ଟର ଅତିକ୍ ଏବଂ ତାର ଭାଇ ଅସରଫଙ୍କୁ ହତ୍ୟା କରିବା ପରେ ପୋଲିସ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ୧୭ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦେଖି ପୂରା ପ୍ରୟାଗରାଜ ଇଣ୍ଟରନେଟ୍ ବନ୍ଦ୍ କରି ଦିଆଯାଇଛି। ଏହା ସହ ସାରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରିବା ସହ ହାଇ ଆଲର୍ଟ ଜାରି କରାଯାଇଛି।

ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚିଛି । ସମ୍ବେଦନଶୀଳ ଅଞ୍ଚଳରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗ୍ୟାଙ୍ଗଷ୍ଟର ଅତିକ ଏବଂ ତାର ଭାଇକୁ ମେଡିକାଲ୍ ଟେଷ୍ଟ କରିବାକୁ ନିଆଯାଉଥିବା ବେଳେ ପ୍ରୟାଗରାଜଠାରେ ଏଅଭାବନୀୟ ଘଟଣା ଘଟିଥିଲା । ସାମ୍ବାଦିକଙ୍କ ସହ ଥିବା ୩ ଦୁର୍ବୃତ୍ତ ମଧ୍ୟ ପ୍ରଶ୍ନ କରୁଥିଲେ । ବେକରେ ସାମ୍ବାଦିକ ଆଇ କାର୍ଡ ପଡିଥିଲା, ଆଉ ହାତରେ ଧରିଥିଲେ ଡମି କ୍ୟାମେରା । ଏହି ସମୟରେ ପୋଲିସର ସୁରକ୍ଷା ଘେରା ଭାଙ୍ଗି ଅତିକର ମୁଣ୍ଡକୁ ସିଧା ଗୁଳି କରି ଦେଇଥିଲେ । ଏହାପରେ ଅସରଫ୍ କୁ ମଧ୍ୟ ଗୁଳି କରିଥିଲେ । ୧୦ରାଉଣ୍ଡ ଗୁଳି କରିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇ ଥିଲା।

୨ ଦିନ ତଳେ ଅତିକର ପୁଅ ଅସଦ ଏବଂ ସାର୍ପସୁଟର ଗୁଲାମକୁ ପୁଲିସ ଗତ ଗୁରୁବାର ଦିନ ଏନ୍ କାଉଣ୍ଟରରେ ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି। ପ୍ରୟାଗରାଜରେ ଏନ୍ କାଉଣ୍ଟର କରାଯାଇଥିଲା । ସକାଳେ ପୁଅର ଅନ୍ତେଷ୍ଟି କ୍ରିୟା ସଂପନ୍ନ ହୋଇଥିଲା । ଆତିକକୁ ଗୁଳିକାଣ୍ଡ ଘଟଣା ଘଟଣା କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ପରେ ୩ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ୪୪ବର୍ଷର ଅପରାଧର କାହାଣୀ ଗୋଟିଏ ମିନିଟ ରେ ଶେଷ ହୋଇ ଯାଇଥିଲା ।

SBI AD