୯ରେ ପ୍ରକାସ ପାଇବ +୨ କଲା,ବାଣିଜ୍ୟ ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବୁଧବାର ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରମାନେ www.cbse.nic.in କିମ୍ବା www.orissaresults.nic.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷାଫଳ ଦେଖିପାରିବେ। ରୋଲ ନମ୍ବର ଏବଂ ପଞ୍ଜିକରଣ ନମ୍ବର ବ୍ୟବହାର କରି ପରୀକ୍ଷାଫଳ ପାଇପାରିବେ। ସୂଚନାଯୋଗ୍ୟ, ଚଳିତବର୍ଷ ପରୀକ୍ଷା ଖାତା ମୂଲ୍ୟାୟନରେ ବିଳମ୍ବ ହେବାଯୋଗୁ ଫଳ ପ୍ରକାଶରେ ବିଳମ୍ବ ହୋଇଛି। ୨୦୧୮ରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବା ପାଇଁ ୨ ଲକ୍ଷ ୭୫ ହଜାରରୁ ଅଧିକ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ।