ମଣିପୁରରେ ଆତଙ୍କବାଦୀ ଆକ୍ରମଣ : ୨ ଯବାନ ସହିଦ

ନୂଆଦିଲ୍ଲୀ, ୦୭/୦୭ : ମଣିପୁରର ଉଖରୁଲ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ଦୁଇଜଣ ଯବାନ ସହିଦ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ନୁଙ୍ଗସାଙ୍ଗ କଙ୍ଗ୍ ଅଞ୍ଚଳରେ ସୋମବାର ଅପରାହ୍ଣ ୧ଟା ୩୦ ମିନିଟ୍ ସମୟରେ ୪୦ ଆସାମ ରାଇଫଲ୍ସର ଯବାନଙ୍କ ଏକ ଦଳ ଉପରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି।