ପୁଣି ଅଶାନ୍ତ ହର୍ମୁଜ , ବାଣିଜ୍ୟିକ ଜାହାଜ ଉପରେ ଇରାନର ରକେଟ୍ ମାଡ଼

ନୂଆଦିଲ୍ଲୀ, ୦୭/୦୭ : ପୁଣି ଅଶାନ୍ତ ହର୍ମୁଜ । ଦୁଇଟି ବାଣିଜ୍ୟିକ ଜାହାଜ ଉପରକୁ ଦୁଇଟି ରକେଟ ମାଡ଼ କଲା ଇରାନ୍ । ଜାହାଜରେ ବ୍ୟାପକ କ୍ଷତି ହୋଇଥିବା ବେଳେ କେହି ଆହତ ହୋଇନଥିବା ସୂଚନା । ଇରାନର ଏଭଳି ଆକ୍ରମଣ ଆମେରିକା ସହ ହୋଇଥିବା ଶାନ୍ତି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହର୍ମୁଜରେ ଆକ୍ରମଣ ନକରିବାକୁ ଚୁକ୍ତିରେ ସର୍ତ୍ତ ରହିଥିଲା । ଇରାନ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେବାକୁ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ ।