୨୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୨୯/୦୬ : ନୂଆପଡା ଜିଲା ଖରିଆରରୋଡ ଜୋଙ୍କ ପୋଲିସ ପକ୍ଷରୁ ସ୍ଥାନିୟ ପଂଜାବୀ ପଡାରେ ଚଢାଉ କରି ୨୧ କେଜି ଗଂଜେଇ ଜବତ କରାଯାଇଛି । ଏଥିସହ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ବଲାଂଗିର ଜିଲା ବେଲପଡା ଥାନା ଅନ୍ତର୍ଗତ ଭରୁଆପାଲି ଗାଁର ଠାକୁର ପ୍ରସାଦ ହରପାଲ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଜୋଙ୍କ ପୋଲିସର ପେଟ୍ରୋଲିଂ କରୁଥିବା ବେଳେ ଖରିଆର ରୋଡ ସହର ପଂଜାବୀପଡାରେ ଜଣେଗଂଜେଇ ବେପାରୀ ଗଂଜେଇ ଚାଲାଣ କରିବା ପାଇଁ ବସକୁ ଅପେକ୍ଷା କରିଥିଲେ । ଏହା ଜାଣିବା ପରେ ଜୋଙ୍କ ପୋଲିସର ପେଟ୍ରୋଲିଂ ଟିମ ଚଢାଉ କରି 21କେଜି 856 ଗ୍ରାମ ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଏସଡିପିଓ ସ୍ଵାଧିନ ମିଶ୍ର ସୂଚନା ଦେଇଛନ୍ତି ।