ଭୁବନେଶ୍ୱର, ୩୦/୦୬ : ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ଆଜି ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।