ପାଠ୍ୟ ପୁସ୍ତକ ତ୍ରୁଟି: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ୪ ଅଧିକାରୀ

ଭୁବନେଶ୍ୱର, ୨୧/୦୭ : କ୍ରାଇମବ୍ରାଞ୍ଚର ପ୍ରଥମ ଦିନର ଜେରାରେ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇଥିବାବେଳେ ଅନ୍ୟ ଅଧିକାରୀଙ୍କ ଛାତି ଧଡ଼ ଧଡ଼ ହେଉଛି । ୪ ଜଣ ବରିଷ୍ଠ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅନୁପମ ପ୍ରକାଶନ ସଂସ୍ଥାର ଘୋଷ ଓ ଅସୀମ କୁମାର ଘୋଷ ଆଗୁଆ ଜାମିନ ଆବେଦନ କରିଥିବାବେଳେ ହାଇକୋର୍ଟରେ ଆବେଦନ ବିଚାରାଧୀନ ରହିଛି । ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାର ତଦନ୍ତ ଆରମ୍ଭ କରିଛି । ଗତ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।

SBI AD