ରାଜ୍ୟ କ୍ୟାବିନେଟରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୧୪/୧୦ : ରାଜ୍ୟ କ୍ୟାବିନେଟର ୪୮ତମ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ । ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ମହିଳା, କୃଷକ, ଯୁବବର୍ଗ ଓ ଗରିବଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ୨୫ ବର୍ଷର ନିରବଚ୍ଛିନ୍ନ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା । ଏଥିସହ ପ୍ରଧାନମନ୍ତ୍ରୀଙ୍କ ସେବା ସମ୍ପର୍କିତ ସଂକଳ୍ପ ଉପରେ ଆଲୋଚନା ହୋଇଛି ।