କେନ୍ଦ୍ରାପଡା,୧୫/୧୦ : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନସ୍ଥ ଚରପଡା ଦୁର୍ଗା ପୂଜା କମିଟିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଅଭିନଵ ପ୍ରୟାସ କରିଥିବାର ଜଣାପଡିଛି l
ଚରପଡା ଗାଁ ଦୁର୍ଗା ପୂଜl ମଣ୍ଡପରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କର ପୂଜା ହେବାର ୫୦ ବର୍ଷ ପୂରଣ ହୋଇଛି l ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପୂଜା କମିଟି ତରଫରୁ କୋଭିଡ କଟକଣା ହେତୁ ଵିଧି ମତେ ପୂଜା ଅନୁଷ୍ଠିତ ହୋଇଛି l ଶୁକ୍ରବାର ବିଜୟା ଦଶମୀ ଦିନ ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରାଯିବା ସହିତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା l ଉକ୍ତ ଶିବିରରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ସାଧାରଣ ଲୋକେ ବି ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ l ସମସ୍ତ ସ୍ବେଛାକୃତ ରକ୍ତଦାତା ମାନଙ୍କ ଠାରୁ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାପଡିଛି l ମା ଦୁର୍ଗା ମହିଷାଂଶୁର ବଦ୍ଧ ଭଳି ମହତ କାର୍ଯ୍ୟ କରିଥିଲେ l ସେହିପରି ପୂଜା କମିଟି ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l