ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ

କୋରାପୁଟ,୪/୨: କୋରାପୁଟ ଗସ୍ତରେ ଯାଇ ମନ୍ଦିର କମିଟି ପକ୍ଷରୁ କରାଯାଇଥିବା ଅନୁରୋଧକୁ ସହମତି ଦେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିୟାନ । କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ୫ଟି ସଚିବ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିଦର୍ଶନ କରିଛନ୍ତି । ୫ଟି ସଚିବଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ମଧ୍ୟ ଗସ୍ତ କରିଥିଲେ ।

ରାଜ୍ୟରେ ବଦଳୁଛି ମନ୍ଦିରର ରୂପରେଖ । ଅନେକ ପ୍ରସିଦ୍ଧ ମନ୍ଦିରର ଜାରି ରହିଛି ନବକଳେବର । ଏହି ପରିପ୍ରେକ୍ଷୀରେ ସାମିଲ ହୋଇଛି କୋରାପୁଟ ଶାବର ଶ୍ରୀକ୍ଷେତ୍ର । ଶାବର ଶ୍ରୀକ୍ଷେତ୍ର ଉନ୍ନତି କରଣ ଲିଖିତ ଅନୁରୋଧକୁ ମିଳିଛି ସହମତି ।