ଆଜିର ରାଶିଫଳ (ବୁଧବାର)

ତା : ୮ /୦୨ /୨୦୨୩

0

ମେଷ : ଗୃହରେ ସାମାନ୍ୟ କଳହ ଯୋଗ ରହିଛି , ଯାହା ପାଇଁ ଆପଣ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ରହିବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ ।

ବୃଷ : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦାମାର ଆଜି ଅନ୍ତ ଘଟିବ। ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରତିରୋଧର ଶିକାର ହେବାକୁ ପଡ଼ି ପାରେ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ମିଥୁନ : କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟ ରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

କର୍କଟ : କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳ ରେ ସତର୍କତା ଅବଲମ୍ବନ କରନ୍ତୁ ।କାରଣ ଆଜି ଆପଣଙ୍କର ଘାତ ଚନ୍ଦ୍ର। ଦମ୍ପତି ଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ ।ବ୍ୟବସାୟ ରେ ଆୟ ବ୍ୟୟ ସମାନ ହେବ । ଛାତ୍ରଛାତ୍ରୀ ମାନେ ଖେଳକୁଦ ରେ ମନୋନିବେଶ କରିବେ ।

ସିଂହ : ଆଜି ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର ,ଏହାର ଅର୍ଥ ଆଜି କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଭାଗ୍ୟ ସାଥ ଦେବ ।

କନ୍ୟା : କର୍ମକ୍ଷେତ୍ର ରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାର ରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ । ବ୍ୟବସାୟ ରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା : ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ର ଆଜି ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ର ଟି ଆଜି ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି । ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା : ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ରେ ମନୋନିବେଶ କରିବେ। କର୍ମ କ୍ଷେତ୍ର ରେ କିଛି ଲାଭ ଦାୟକ ପ୍ରୟାସ କରିବେ ।ବ୍ୟବସାୟୀ ଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ : ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜା ରେ ମନୋନିବେଶ କରିବେ । ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା।ରୋଜଗାର ର ନୂଆ ପନ୍ଥା ଆଜି ଆପଣଙ୍କୁ ଦେଖା ଦେବ ।

ମକର : ମକର ରାଶି ପାଇଁ ଆଜି ଘାତ ଚନ୍ଦ୍ର । ଗୃହରେ ଲାଗି ରହିଥିବା ସମସ୍ୟା ର ଆଜି ସମାଧାନ ଖୋଜିବେ ।ସନ୍ତାନ ଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ : କାର୍ଯ୍ୟ କ୍ଷେତ୍ର ରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନ ର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁ ଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ : ଆଜି ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି। ପଡୋଶୀ ଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବା ରେ ସମୟ ଅତିବାହିତ ହେବ । ବ୍ୟବସାୟ ରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

SBI AD
Leave A Reply

Your email address will not be published.