ମହାକାଳପଡ଼ା – ୨୦/୦୧ : (ଅରକ୍ଷିତ ନାଥ) – ଅବିଭାଜିତ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ଲଢୁଆ ନେତା ଯୁଗ ପୁରୁଷ ସ୍ବର୍ଗତ ନଳିନୀ କାନ୍ତ ମହାନ୍ତିଙ୍କ ୭୭ତମ ଜନ୍ମ ବାର୍ଷିକ ମହାକାଳପଡ଼ାର ଗୁପ୍ତ ନୀଳାଚଳ ଧାମରେ ପାଳିତ ହୋଇଯାଇଛି l ଯୁବ ନେତୃତ୍ୱ ରାକେଶ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଜନ୍ମ ବାର୍ଷିକ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ଲୋକେ ସାମିଲ ରହି ସ୍ବର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଗୁଣ ଗାନ କରିଥିଲେ l ରାଜନଗରରେ ଜନ୍ମ ହୋଇବି ମହାକାଳପଡ଼ାକୁ କର୍ମ ଭୂମି ଭାବେ ଆଦରି ନେଇଥିଲେ ସେହି ଯୁଗ ପୁରୁଷ l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଗଠନ ହେଉ ବା ଆଧୁନିକ ମହାକାଳପଡ଼ାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ମହାନ୍ତି l ଖୁବ କମ ବୟସରେ ଦେହାନ୍ତ ହୋଇଥିଲେ ବି କର୍ମମୟ ଜୀବନରେ ନିଜର ସହଯୋଗୀ ଗୁଣ ପାଇଁ ଘରେ ଘରେ ପରିଚିତ l. ଆଜିବି ସଭିଙ୍କ ମନରେ ରହିଛନ୍ତି ସ୍ବର୍ଗତ ମହାନ୍ତି l ମଙ୍ଗଳ ବାର ଆୟୋଜିତ ଜନ୍ମ ବାର୍ଷିକ ସଭାରେ ତାଙ୍କ ପଦାଙ୍କ ଅନୁସରଣ କରୁଥିବା ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ l ମୁରବି ନିରାକାର ଜେନା, ନାରାୟଣ ପଣ୍ଡା, ରଘୁନାଥ ସେଠୀ,ପ୍ରତାପ ନାୟକ, କବିତା ମଳିକ, ସୁରଭି ଜେନା, ନାରାୟଣ ଚନ୍ଦ୍ର ହାଳଧର, ସରୋଜ ମାଈତି, ରବୀନ୍ଦ୍ର ସ୍ୱାଇଁ, ବିଭୂପାଦ ପରିଡା,ପ୍ରଶାନ୍ତ ସାମନ୍ତରାୟ ଅଭୟ ପରିଡା ଆଦି ଉପସ୍ଥିତ ଥିଲେ l