ଭୁବନେଶ୍ବରରୁ ଆଜି ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର ୨୯/୪: ରାଜଧାନୀ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାର କେନ୍ଦ୍ରସ୍ଥଳ ପାଲଟିଛି ରାଜଧାନୀ ମହାନଗର। ଆଜି ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ଵରରୁ ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୩,୨୯୬କୁ ବୃଦ୍ଧି ଘଟିଛି। ଅନ୍ୟପଟେ ୪୨୯ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ଗୁରୁବାର ଟ୍ଵିଟ୍ କରି ସୂଚନା ଦେଇଛନ୍ତି।