ଅଶୋକ ଗେହଲଟ କରୋନା ପଜିଟିଭ

ରାଜସ୍ଥାନ: ସାରା ଦେଶରେ କୋରୋନା ଭୂତାଣୁ ତାଣ୍ଡବ ରଚିବାରେ ଲାଗିଛି । ତେବେ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କରୋନା କବଳରେ ପଡିଯାଇଛନ୍ତି । ବର୍ତ୍ତମାନ ଏହି ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ସାମିଲ ହୋଇଛି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି ସଂକ୍ରମିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘କୋଭିଡ଼ ଟେଷ୍ଟ କରାଇବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ ଏବଂ ମୁଁ ସୁସ୍ଥ ଅନୁଭବ କରୁଛି। କୋଭିଡ ପ୍ରୋଟୋକଲ ଅନୁସରଣ କରି ମୁଁ ଆଇସୋଲେସନ୍‌ରେ ରହି କାର୍ଯ୍ୟ ଜାରି ରଖିବି।’

ସୂଚାନୁଯାୟୀ , ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଭୟଙ୍କର ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।