କୁଆଁରୀ ରକ୍ତରେ ସ୍ନାନ

କଥା ପ୍ରସଙ୍ଗରେ ଓ ରାଗ ଛଳରେ ଆମେ ମହିଳାମାନଙ୍କୁ ଡାହାଣୀ, ପିଶାଚୀ ଓ ରାକ୍ଷସୀ ବୋଲି କହିଥାଉ । ହେଲେ ହଙ୍ଗେରୀର ରସୁଖ ବାଥରୀ ରାଜବଂଶରେ ଏମିତି ଜଣେ ହିଂସ୍ର ମହିଳା ଥିଲେ ଯାହାଙ୍କ କ୍ଷେତ୍ରରେ ଏସବୁ ଶବ୍ଦ ଖୁବ୍‌ ନୂ୍ୟନ । ଏହି ମହିଳା ୧୫୮୫ରୁ ୧୬୧୦ ମସିହା ମଧ୍ୟରେ ପ୍ରାୟ ୬୦୦ କୁଆଁରୀଙ୍କୁ ନିର୍ମମ ହତ୍ୟା କରି ସେମାନଙ୍କ ରକ୍ତରେ ସ୍ନାନ କରିଥିଲେ । ଏଲିଜାବେଥ ବାଥ୍‌ରୀ ନାମକ ଏହି ମହିଳା ଝିଅମାନଙ୍କୁ ଅର୍ଥଲୋଭ ଦେଖାଇ ରାଜଉଆସକୁ ଡାକି ସେମାନଙ୍କୁ ହତ୍ୟା କରୁଥିଲେ । ପରେ ଏମାନଙ୍କ ରକ୍ତରେ ଗାଧାଉଥିଲେ । ଏଲିଜାବେଥ୍‌ ଫେରେକ୍‌ ନୈଡେସ୍‌ଡିଙ୍କୁ ବିବାହ କରିଥିଲେ ଯିଏ ତୁର୍କୀ ବିରୋଧରେ ଲଢ଼ି ହଙ୍ଗେରୀର ନାଶ୍‌ନାଲ୍‌ ହିରୋ ପାଲଟିଥିଲେ । ଫେରେକ ମଧ୍ୟ ଜୀବିତାବସ୍ଥାରେ କୁମାରୀମାନଙ୍କ ରକ୍ତରେ ସ୍ନାନ କରୁଥିଲେ । ସ୍ୱାମୀ କୁମାରୀ ରକ୍ତରେ ସ୍ନାନ କରିବାରୁ ତାଙ୍କ ଶୌର୍ଯ୍ୟ ଅଖଣ୍ଡ ରହୁଥିବା ଏଲିଜାବେଥ୍‌ଙ୍କ ଧାରଣା ହୋଇଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ସେ ତାଙ୍କ ପଦାଙ୍କ ଅନୁସରଣ କରି କୁମାରୀ ରକ୍ତରେ ହୋଲିଖେଳିବା ଆରମ୍ଭ କରିଥିଲେ । ଏଲିଜାବେଥ୍‌ ନିଜ ଭ୍ରୁତ୍ୟମାନଙ୍କ ଦ୍ୱାରା ପ୍ରଥମେ କୁମାରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ । ସେମାନେ ଏଥିରେ ରାଜିହୋଇ ରାଜମହଲକୁ ଆସିବା ମାତ୍ରେ ତାଙ୍କୁ ହତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଉଥିଲା । ପ୍ରଥମେ ସେମାନଙ୍କୁ ଖୁବ୍‌ ନିର୍ଯାତନା ଦିଆଯାଉଥିଲା । କିଛି ଯୁବତୀଙ୍କ ମାଂସ ଜୀବନ୍ତ ଅବସ୍ଥାରେ କାଟି ନିଆଯାଉଥିବା ବେଳେ ଅନେକଙ୍କୁ ପୋଡ଼ି ଦିଆଯାଉଥିଲା । ଝିଅମାନଙ୍କ ନିଖୋଜ ସଂଖ୍ୟା ଦିନୁଦିନୁ ବୃଦ୍ଧି ପାଇବାରୁ ହଙ୍ଗେରୀ ରାଜା ଏହା ଯାଞ୍ଚ ଆରମ୍ଭ କରିଥିଲେ । ଏହି ଯାଞ୍ଚରୁ ଏଲିଜାବେଥ୍‌ଙ୍କ ଉଆସରୁ ବିପୁଳ ନରକଙ୍କାଳ ଓ ସୁନାଗହଣା ମିଳିଥିଲା । ୧୬୧୦ରେ ଏଲିଜାବେଥ୍‌ଙ୍କ କùର କାରନାମା ପଦାକୁ ଆସିବା ପରେ ତାଙ୍କୁ ଏକ ମହଲରେ ବନ୍ଦି କିରିଦିଆଯାଗଲା । ବନ୍ଦିର ୪ ବର୍ଷ ପରେ ଏଲିଜାବେଥ୍‌ଙ୍କ ମୃତୁ୍ୟ ହୋଇଯାଇଥିଲା । କୁହାଯାଏ ଏଲିଜାବେଥ୍‌ ନିଜ ସୌନ୍ଦର୍ଯ୍ୟ ଓ ଶୌର୍ଯ୍ୟକୁ ବଳବତର ରଖିବାକୁ ଏପରି ବୀଭତ୍ସ କାଣ୍ଡ ଘଟାଉଥିଲେ ।

SBI_Festive_Digital Billboard