ନୂଆଦିଲ୍ଲୀ, ୧୦/୧୦ : ଆଜି କକ୍ରୋଚ ଜନତା ପାର୍ଟି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଡାକରା ଦେଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଏସ୍ଆଇଆର୍ ପ୍ରକ୍ରିୟା ବିରୋଧରେ ସିଜେପି ବିକ୍ଷୋଭ କରିବ । ସିଜେପି ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତ ବିରୋଧୀ ଦଳକୁ ନିମନ୍ତ୍ରଣ ଦେଇଥିଲା । ବାମ ଦଳ ଗୁଡ଼ିକ ଏବଂ ଆମ୍ ଆଦମୀ ପାର୍ଟି ସମର୍ଥନ କରିବାକୁ ଘୋଷଣା କରିଥିବାବେଳେ କଂଗ୍ରେସ ଏହି ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଛି । ଆଜି ରାହୁଲ ଗାନ୍ଧୀ ଚେନ୍ନାଇରେ ଛାତ୍ର କୀ ଗୁଞ୍ଜ୍ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ମମତା ବାନାର୍ଜୀଙ୍କ ଦଳ କୌଣସି ସ୍ପଷ୍ଟ ସଂକେତ ଦେଇ ନାହିଁ । ଆଜି ଜନ୍ତରମନ୍ତରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ପ୍ରାୟ ୨୦,୦୦୦ ଲୋକେ ଏକାଠି ହେବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ସାରା ଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ଦଳ, ସୀମା ସୁରକ୍ଷା ବଳ ଏବଂ ଦିଲ୍ଲୀ ପୋଲିସର ମୋଟ ୩୫,୦୦୦ ଫୋର୍ସ ମୁତୟନ କରାଯାଇଛି । ଦିଲ୍ଲୀରେ ବିଏନ୍ଏସ୍ଏସ୍ ଧାରା ୧୬୩ ଧାରା ଲାଗୁ କରାଯାଇଛି । ଜନ୍ତରମନ୍ତରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ନାକାବନ୍ଦୀ, ବ୍ୟାରିକେଡ୍ ଏବଂ ଚେକିଂ କରାଯାଉଛି । ଆନ୍ଦୋଳନ ବେଳେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍ୟ ରାଜ୍ୟରେ ହେଉଥିବା ପ୍ରତିବାଦ ଉପରେ ନଜର ରଖିବାକୁ ସମସ୍ତ ପୋଲିସ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛି । ମେଟ୍ରୋ ଇତିହାସରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ୫୭ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରାଯାଇଛି । ଏହା
ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି ଯେ ସିଜେପି ସମର୍ଥକମାନଙ୍କୁ ଦିଲ୍ଲୀର କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ। କାରଣ ଯୁଗ୍ମ କମିଶନର (ନୂଆଦିଲ୍ଲୀ ରେଞ୍ଜ) ନୁପୁର ପ୍ରସାଦ କହିଛନ୍ତି ଯେ ସିଜେପି ପ୍ରତିନିଧିତ୍ୱ କରୁଥିବା ସୌରଭ ଦାସ ଅକ୍ଟୋବର ୧୦ରେ ହେବାକୁ ଥିବା ବିକ୍ଷୋଭ ପାଇଁ ଅକ୍ଟୋବର ୭ ତାରିଖରେ ଅନୁମତି ମାଗିଥିଲେ। ନିୟମ ଅନୁଯାୟୀ, ବିକ୍ଷୋଭ ପାଇଁ ଅନୁମତି ନିମନ୍ତେ ପ୍ରାୟ ୧୦ ଦିନ ପୂର୍ବରୁ ଆବେଦନ କରିବା ବାଧ୍ୟତାମୂଳକ ଅଟେ । କିନ୍ତୁ ଏହି ଆବେଦନ ସମୟାନୁସାରେ ଦାଖଲ କରାଯାଇନଥିଲା। ସେଥିପାଇଁ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯିବ ।